ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ରେଣୁକା ଚୌଧୁରୀ
ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଦେଇଥିବା ସୁର୍ପଣଖା ଟିପ୍ପଣୀ ପାଇଁ ରେଣୁକା ଚୌଧୁରୀ ମାନହାନି ମାମଲା ରୁଜୁ କରିବେ। ରେଣୁକା ସଂସଦ ଅଧିବେଶନର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୋଦୀ ରେଣୁକାଙ୍କ ନାମ ନନେଇ ତାଙ୍କ ହସକୁ ରାମାୟଣ ସିରିୟଲ୍ର ସୁର୍ପଣଖା ଚରିତ୍ର ସହ ତୁଳନା […]
ନୂଆଦିଲ୍ଲୀ, ୨୪/୩ : କଂଗ୍ରେସ ନେତ୍ରୀ ରେଣୁକା ଚୌଧୁରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ। ୨୦୧୮ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସଂସଦରେ ଦେଇଥିବା ସୁର୍ପଣଖା ଟିପ୍ପଣୀ ପାଇଁ ରେଣୁକା ଚୌଧୁରୀ ମାନହାନି ମାମଲା ରୁଜୁ କରିବେ। ରେଣୁକା ସଂସଦ ଅଧିବେଶନର ଏକ ପୁରୁଣା ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ ମୋଦୀ ରେଣୁକାଙ୍କ ନାମ ନନେଇ ତାଙ୍କ ହସକୁ ରାମାୟଣ ସିରିୟଲ୍ର ସୁର୍ପଣଖା ଚରିତ୍ର ସହ ତୁଳନା କରିଛନ୍ତି। ରେଣୁକା କହିଛନ୍ତି, ଗୃହରେ ମତେ ସୁର୍ପଣଖା କୁହାଯାଇଛି। ମୁଁ ଏନେଇ ଏକ ମାନହାନି ମାମଲା ରୁଜୁ କରିବି। ଏବେ ମୁଁ ଦେଖିବି କୋର୍ଟ କେତେ ଶୀଘ୍ର କାର୍ଯ୍ୟ କରୁଛନ୍ତି। ଉଲ୍ଲେଖଯୋଗ୍ୟ ଯେ ରାହୁଲ ଗାନ୍ଧିଙ୍କୁ ସୁରଟ କୋର୍ଟ ଦୋଷୀସାବ୍ୟସ୍ତ କରି ୨ ବର୍ଷ ଜେଲ୍ଖ ଦଣ୍ଡାଦେଶ ଦେବାପରେ ରେଣୁକା ଆଜି ମୋଦୀଙ୍କ ବିରୋଧରେ ମାନହାନି ମାମଲା ରୁଜୁ କରିବେ ବୋଲି କହିଛନ୍ତି।




