ନିତି ଆୟୋଗ ବୈଠକ ଅଧ୍ୟକ୍ଷତା କଲେ ମୋଦୀ , ୭ ମୁଖ୍ୟମନ୍ତ୍ରୀ ଯୋଗ ଦେଲେନି

ନୂଆଦିଲ୍ଲୀ : ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅଷ୍ଟମ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ହୋଇଛି। ବୈଠକର ଥିମ୍‌ ରହିଛି ‘ବିକାଶ ଭାରତ@୨୦୪୭:‌ରୋଲ୍‌ ଅଫ୍‌ ଟିମ୍‌ ଇଣ୍ଡିଆ’। ତେବେ ଏହି ନିତି ଆୟୋଗ ବୈଠକରେ ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବାସ୍ଥ୍ୟ କାରଣ ଦର୍ଶାଇ ନିତି ଆୟୋଗ ବୈଠକରେ ଯୋଗ ଦେବେନି ବୋଲି କହିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୈଠକରେ ଯୋଗ ଦେଇନାହାନ୍ତି। କିନ୍ତୁ ସେ […]

Samaya Live Picture
Published On

ନୂଆଦିଲ୍ଲୀ : ପ୍ରଧାନନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଆଜି ନୂଆଦିଲ୍ଲୀରେ ଅଷ୍ଟମ ଗଭର୍ଣ୍ଣିଂ କାଉନସିଲ୍‌ ବୈଠକ ହୋଇଛି। ବୈଠକର ଥିମ୍‌ ରହିଛି ‘ବିକାଶ ଭାରତ@୨୦୪୭:‌ରୋଲ୍‌ ଅଫ୍‌ ଟିମ୍‌ ଇଣ୍ଡିଆ’। ତେବେ ଏହି ନିତି ଆୟୋଗ ବୈଠକରେ ଆଜି ୭ ରାଜ୍ୟର ମୁଖ୍ୟମନ୍ତ୍ରୀ ଯୋଗ ଦେଇନାହାନ୍ତି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ସ୍ବାସ୍ଥ୍ୟ କାରଣ ଦର୍ଶାଇ ନିତି ଆୟୋଗ ବୈଠକରେ ଯୋଗ ଦେବେନି ବୋଲି କହିଥିଲେ। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ବୈଠକରେ ଯୋଗ ଦେଇନାହାନ୍ତି। କିନ୍ତୁ ସେ କୌଣସି କାରଣ ଦର୍ଶାଇନାହାନ୍ତି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଗତକାଲି ନିତି ଆୟୋଗ ବୈଠକ ବର୍ଜନ କରିବେ ବୋଲି କହିଥିଲେ। କେଜ୍ରିୱାଲ କହିଥିଲେ ଯେଉଁଠି ସଂଘୀୟ ବ୍ୟବସ୍ଥା ଏକ ପ୍ରହସନରେ ପରିଣତ ‌ହୋଇଯାଇଛି ସେଠି ନିତି ଆୟୋଗ ବୈଠକରେ ଯୋଗ ଦେବାର ମାନେ କିଛି ନାହିଁ। ସେହିପରି ପଂଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ , ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ ଚନ୍ଦ୍ରଶେଖର ରାଓ , ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏବଂ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ନିତି ଆୟୋଗ ବୈଠକ‌ରେ ଯୋଗ ଦେଇନାହାନ୍ତି।। ଇତି ମଧ୍ୟରେ ଶିବସେନା ନେତା ସଂଜୟ ରାଉତ କହିଛନ୍ତି, ଯଦି ଅଣ ବିଜେପି ମୁଖ୍ୟମନ୍ତ୍ରୀମାନେ ବୈଠକକୁ ବର୍ଜନ କରୁଛନ୍ତି ତେବେ ଏହାର ଅର୍ଥ ହେଉଛି କେନ୍ଦ୍ର ସରକାର ସେମାନଙ୍କୁ ସଠିକ ବ୍ୟବହାର ଦେଖାଉନାହାନ୍ତି।

Tags: