ପ୍ରଧାନମନ୍ତ୍ରୀଙ୍କ କେରଳ ଗସ୍ତ ସମୟରେ ଆତ୍ମଘାତୀ ଆକ୍ରମଣ ଧମକ
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ କେରଳରେ ଆତ୍ମଘାତୀ ଆକ୍ରମଣ ହେବ ବୋଲି ଧମକ ମିଳିଛି। ରାଜ୍ୟ ବିଜେପି ଅଫିସକୁ ଏନେଇ ଏକ ଧମକପୂର୍ଣ୍ଣ ଚିଠି ଆସିବାପରେ କେରଳରେ ହାଇ ଆଲର୍ଟ ଜାରି ହୋଇଛି । ଆସନ୍ତା ଏପ୍ରିଲ ୨୪ ତାରିଖରେ ମୋଦୀ କୋଚି ଗସ୍ତ କରିବେ। ଏହାର ଅବ୍ୟବହିତ ପୂର୍ବରୁ କେରଳରେ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ମିଳିଛି। ଚିଠିରେ ଯେଉଁ ବ୍ୟକ୍ତିର ନାଁ ଲେଖା ହୋଇଛି, ପୁଲିସ ତାକୁ ଚିହ୍ନଟ କରିଛି। କିନ୍ତୁ […]
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ସମୟରେ କେରଳରେ ଆତ୍ମଘାତୀ ଆକ୍ରମଣ ହେବ ବୋଲି ଧମକ ମିଳିଛି। ରାଜ୍ୟ ବିଜେପି ଅଫିସକୁ ଏନେଇ ଏକ ଧମକପୂର୍ଣ୍ଣ ଚିଠି ଆସିବାପରେ କେରଳରେ ହାଇ ଆଲର୍ଟ ଜାରି ହୋଇଛି । ଆସନ୍ତା ଏପ୍ରିଲ ୨୪ ତାରିଖରେ ମୋଦୀ କୋଚି ଗସ୍ତ କରିବେ। ଏହାର ଅବ୍ୟବହିତ ପୂର୍ବରୁ କେରଳରେ ଆତ୍ମଘାତୀ ଆକ୍ରମଣ ପାଇଁ ଧମକ ମିଳିଛି। ଚିଠିରେ ଯେଉଁ ବ୍ୟକ୍ତିର ନାଁ ଲେଖା ହୋଇଛି, ପୁଲିସ ତାକୁ ଚିହ୍ନଟ କରିଛି। କିନ୍ତୁ ଉକ୍ତ ଘଟଣାରେ ତାର କିଛି ସମ୍ପୃକ୍ତି ନଥିବା ସେ କହିଛି। ଇତି ମଧ୍ୟରେ କେରଳରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ବିଜେପି ରାଜ୍ୟ ସଭାପତି କେ ସୁରେନ୍ଦ୍ରନ କହିଛନ୍ତି, କୌଣସି କାର୍ଯ୍ୟକ୍ରମ ବାତିଲ ହେବନାହିଁ। ପୂର୍ବ କାର୍ଯ୍ୟସୂଚି ଅନୁଯାୟୀ ସମସ୍ତ କାର୍ଯ୍ୟକମ ହେବ। ମୋଦୀ ଏପ୍ରିଲ ୨୪ରେ କୋଚି ଗସ୍ତ କରିବେ ଏବଂ ଏହାର ପରଦିନ ମୋଦୀ ଥିରୁଅନନ୍ତପୁରମ ଗସ୍ତ କରି ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବେ।




