ପ୍ରଧାନମନ୍ତ୍ରୀଙ୍କ କମ୍ ଶିକ୍ଷାଗତ ଯୋଗ୍ୟତା ଦେଶ ପାଇଁ ବିପଜ୍ଜନକ : ସିସୋଦିଆ
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା କଟାକ୍ଷ କରିଛନ୍ତି। ସିସୋଦିଆ କହିଛନ୍ତି, ଦେଶର ପ୍ରଗତି ପାଇଁ ଦେଶକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦରକାର। ସିସୋଦିଆ ଜେଲ୍ରୁ ଦେଶବାସୀଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସିସୋଦିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କମ୍ ଶିକ୍ଷାଗତ ଯୋଗ୍ୟତା ଦେଶପାଇଁ ବିପଜ୍ଜନକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ […]
ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଜେଲ୍ରେ ଥିବା ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ କଡ଼ା କଟାକ୍ଷ କରିଛନ୍ତି। ସିସୋଦିଆ କହିଛନ୍ତି, ଦେଶର ପ୍ରଗତି ପାଇଁ ଦେଶକୁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦରକାର। ସିସୋଦିଆ ଜେଲ୍ରୁ ଦେଶବାସୀଙ୍କ ପାଇଁ ଏକ ଚିଠି ଲେଖିଛନ୍ତି। ଏହି ଚିଠିରେ ସିସୋଦିଆ କହିଛନ୍ତି, ପ୍ରଧାନମନ୍ତ୍ରୀଙ୍କ କମ୍ ଶିକ୍ଷାଗତ ଯୋଗ୍ୟତା ଦେଶପାଇଁ ବିପଜ୍ଜନକ। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ଶିକ୍ଷାଗତ ଯୋଗ୍ୟତାକୁ ନେଇ ତାଙ୍କୁ କଡ଼ା ସମାଲୋଚନା କରିଛନ୍ତି ଏବଂ ସିସୋଦିଆଙ୍କ ଚିଠକୁ ଟ୍ବିଟରରେ ସେୟାର କରିଛନ୍ତି। ସିସୋଦିଆ କହିଛନ୍ତି, ଦେଶର ଯୁବପିଢ଼ି ଆଜି ଖୁବ୍ ଉଚ୍ଚାଭିଳାଶୀ। ସେମାନେ କିଛି ହାସଲ କରିବାକୁ ଚାହାନ୍ତି। ସେମାନେ ସୁଯୋଗ ଅପେକ୍ଷାରେ ଅଛନ୍ତି। ସେମାନେ ବିଶ୍ବକୁ ଜିତିବାକୁ ଚାହାନ୍ତି। ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା କ୍ଷେତ୍ରରେ ସେମାନେ କିଛି ଚମତ୍କାର କରିବାକୁ ଚାହାନ୍ତି। ତେବେ ଜଣେ କମ୍ ଶିକ୍ଷିତ ପ୍ରଧାନମନ୍ତ୍ରୀ କ’ଣ ଯୁବପିଢ଼ିଙ୍କର ଏସବୁ ଇଚ୍ଛା ପୂରଣ କରିପାରିବେ। ଦେଶରେ ୬୦ ହଜାର ସ୍କୁଲ୍ ବନ୍ଦ ହୋଇଯାଇଛି ବୋଲି ସିସୋଦିଆ ଅଭିଯୋଗ କରିଛନ୍ତି। ସିସୋଦିଆ କହିଛନ୍ତି, ଜନସଂଖ୍ୟା ବଢ଼ୁଥିବାରୁ ସରକାରୀ ସ୍କୁଲ ସଂଖ୍ୟା ବି ବଢ଼ିବା ଉଚିତ। ଯଦି ସରକାରୀ ସ୍କୁଲ୍ ଗୁଡ଼ିକର ସ୍ଥିତି ଭଲ ରହିବ ତେବେ ଅଭିଭାବକମାନେ ସେମାନଙ୍କ ପିଲାଙ୍କୁ ଘରୋଇ ସ୍କୁଲରୁ କାଢ଼ି ସରକାରୀ ସ୍କୁଲରେ ନାମ ଲେଖାଇବେ। କିନ୍ତୁ ସରକାରୀ ସ୍କୁଲ୍ ଗୁଡ଼ିକ ବନ୍ଦ କରିଦେବା ବିପଜ୍ଜନକ। କେଜ୍ରିୱାଲ ମଧ୍ୟ ଏକ ଟ୍ବିଟ୍ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶିକ୍ଷାର ଗୁରୁତ୍ବକୁ ବୁଝିପାରିନାହାନ୍ତି। ଦେଶର ପ୍ରଗତି ପାଇଁ ଜଣେ ଶିକ୍ଷିତ ପ୍ରଧାନମନ୍ତ୍ରୀ ଦରକାର।




