ପ୍ରଧାନମନ୍ତ୍ରୀଙ୍କ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’କୁ ନେଇ ବିରୋଧୀଙ୍କ ପ୍ରଶ୍ନ
ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି) ଗତକାଲି ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ୟ ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଥିଲେ ମଧ୍ୟ କମିସନ ଏହି ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି। ଗତ ଥର ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଏକ ସଙ୍ଗେ ହୋଇଥିଲା। କିନ୍ତୁ ଚଳିତ ଥର କେବଳ ୨ଟି ରାଜ୍ୟ ବିଧାନସଭା […]
ନୂଆଦିଲ୍ଲୀ: ନିର୍ବାଚନ କମିସନ (ଇସି) ଗତକାଲି ଜମ୍ମୁ କାଶ୍ମୀର ଏବଂ ହରିୟାଣା ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି। ତେବେ ଚଳିତ ବର୍ଷ ଶେଷ ସୁଦ୍ଧା ଅନ୍ୟ ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ହେବାର ଥିଲେ ମଧ୍ୟ କମିସନ ଏହି ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା କରିନାହାନ୍ତି। ଗତ ଥର ମହାରାଷ୍ଟ୍ର ଏବଂ ହରିୟାଣା ବିଧାନସଭା ନିର୍ବାଚନ ଏକ ସଙ୍ଗେ ହୋଇଥିଲା। କିନ୍ତୁ ଚଳିତ ଥର କେବଳ ୨ଟି ରାଜ୍ୟ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର ସ୍ବାଧୀନତା ଦିବସ ଅବସରରେ ‘ଏକ ରାଷ୍ଟ୍ର, ଏକ ନିର୍ବାଚନ’ କଥା କହିଥିବା ବେଳେ ଏହାର ଠିକ୍ ପରଦିନ ଏଥିରେ ବ୍ୟତିକ୍ରମ ପାଇଁ ବିରୋଧୀମାନେ ସରକାରଙ୍କୁ ଟାର୍ଗେଟ୍ କରିଛନ୍ତି। ବରିଷ୍ଠ କଂଗ୍ରେସ ନେତା ପୱନ ଖେଡ଼ା କହିଛନ୍ତି, ଗତକାଲି ପ୍ରଧାନମନ୍ତ୍ରୀ ‘ ଏକ ରାଷ୍ଟ୍ର, ଏକ ନିର୍ବାଚନ’ କଥା କହିଥିଲେ। ଏବେ କ’ଣ ହେଲା ? ସେମାନେ କେବଳ ୨ଟି ରାଜ୍ୟରେ ନିର୍ବାଚନ କରିଛନ୍ତି। ସେମାନେ ୪ଟି ରାଜ୍ୟରେ ମଧ୍ୟ ନିର୍ବାଚନ ପରିଚାଳନା କରିପାରୁନାହାନ୍ତି। ସରକାର କହୁଛନ୍ତି ଗୋଟିଏ କଥା କରୁଛନ୍ତି ଆଉ ଗୋଟିଏ କଥା।




