ପ୍ରଧାନମନ୍ତ୍ରୀଙ୍କୁ ହତ୍ୟା ଷଡ଼ଯନ୍ତ୍ର, କର୍ଣ୍ଣାଟକରେ ଏନଆଇଏ ଚଢ଼ଉ
ବେଙ୍ଗାଲୁରୁ : ନିଷିଦ୍ଧ ହୋଇଥିବା ପିଏଫ୍ଆଇ (ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ) ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଛି। ଏହା ଜଣାପଡ଼ିବାପରେ କର୍ଣ୍ଣାଟକର ୧୬ଟି ସ୍ଥାନରେ ଏନଆଇଏ ଚଢ଼ଉ କରିଛି। ଏନଆଇଏ ସୂତ୍ର ଅନୁଯାୟୀ ଅଧିକାରୀମାନେ ସ୍ଥାନୀୟ ପୁଲିସ ସହାୟତାରେ ୧୬ଟି ସ୍ଥାନରେ ଡକୁମେଣ୍ଟ ଭେରିଫିକେସନ କରୁଛନ୍ତି। ବେଙ୍ଗାଲୁରୁର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏନଆଇଏ ଚଢ଼ଉ କରିଛି। ଏନଆଇଏ ୪ ସନ୍ଦିଗ୍ଧ ପୁଟ୍ଟୁର, କୁର୍ନାଡକା, ତାରିପଡ଼ପୁ ଏବଂ କୁମ୍ବ୍ରା ଗ୍ରାମରୁ ୪ ସନ୍ଦିଗ୍ଧଙ୍କୁ […]
ବେଙ୍ଗାଲୁରୁ : ନିଷିଦ୍ଧ ହୋଇଥିବା ପିଏଫ୍ଆଇ (ପପୁଲାର ଫ୍ରଣ୍ଟ୍ ଅଫ ଇଣ୍ଡିଆ) ଦ୍ବାରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା କରିବାପାଇଁ ଷଡ଼ଯନ୍ତ୍ର ହୋଇଛି। ଏହା ଜଣାପଡ଼ିବାପରେ କର୍ଣ୍ଣାଟକର ୧୬ଟି ସ୍ଥାନରେ ଏନଆଇଏ ଚଢ଼ଉ କରିଛି। ଏନଆଇଏ ସୂତ୍ର ଅନୁଯାୟୀ ଅଧିକାରୀମାନେ ସ୍ଥାନୀୟ ପୁଲିସ ସହାୟତାରେ ୧୬ଟି ସ୍ଥାନରେ ଡକୁମେଣ୍ଟ ଭେରିଫିକେସନ କରୁଛନ୍ତି। ବେଙ୍ଗାଲୁରୁର ଦକ୍ଷିଣ କନ୍ନଡ଼ ଜିଲ୍ଲାରେ ଏନଆଇଏ ଚଢ଼ଉ କରିଛି। ଏନଆଇଏ ୪ ସନ୍ଦିଗ୍ଧ ପୁଟ୍ଟୁର, କୁର୍ନାଡକା, ତାରିପଡ଼ପୁ ଏବଂ କୁମ୍ବ୍ରା ଗ୍ରାମରୁ ୪ ସନ୍ଦିଗ୍ଧଙ୍କୁ ଅଟକ ରଖିଛି। ସନ୍ଦିଗ୍ଧ ମାନଙ୍କୁ ମହମ୍ମଦ ହାରିସ କୁମ୍ବ୍ରା, ସଜ୍ଜଦ ହୁସେନା କୋଡିମବାଡ଼ି, ଫୈଜଲ ଅହମଦ ତାରିଗୁଡ୍ଡେ ଏବଂ ସମଶୁଦ୍ଦିନ କୁର୍ନାଡକା ବୋଲି ଚିହ୍ନଟ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ବିହାରରେ ଗତ ୨୦୨୨ ଜୁଲାଇ ୧୨ରେ ହୋଇଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ରାଲିରେ ପିଏଫ୍ଆଇ ଆକ୍ରମଣର ଷଡ଼ଯନ୍ତ୍ର ହୋଇଥିଲା। ଏହି ଘଟଣାର ତଦନ୍ତ କରି ଏନଆଇଏ ଆଜି ୧୬ଟି ସ୍ଥାନରେ ଚଢ଼ଉ କରିଛି।




