ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀର ସମସ୍ତ ୭ ସାଂସଦ ଓ ବିଧାୟକଙ୍କ ସମେତ ପ୍ରାୟ ୭୦ ବିଜେପି କାର୍ଯ୍ୟକର୍ତ୍ତା‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିବେ। ମୋଦୀଙ୍କୁ ଭେଟିବାକୁ ଥିବା ମନ୍ତ୍ରୀମାନଙ୍କର ଆରଟିପିସିଆର ଟେଷ୍ଟ୍‌ କରାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଦୀଙ୍କୁ ଭେଟିବାକୁ ଥିବା ସମସ୍ତ ମନ୍ତ୍ରୀଙ୍କ ଆର୍‌ଟିପିସିଆର ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ […]

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ
Samaya Live Picture
Published On

ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପୂର୍ବରୁ ମନ୍ତ୍ରୀମାନଙ୍କ ପାଇଁ ଆରଟି-ପିସିଆର ଟେଷ୍ଟ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଆଜି ସନ୍ଧ୍ୟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏବଂ ଦିଲ୍ଲୀର ସମସ୍ତ ୭ ସାଂସଦ ଓ ବିଧାୟକଙ୍କ ସମେତ ପ୍ରାୟ ୭୦ ବିଜେପି କାର୍ଯ୍ୟକର୍ତ୍ତା‌ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ତାଙ୍କ ବାସଭବନରେ ଭେଟିବେ। ମୋଦୀଙ୍କୁ ଭେଟିବାକୁ ଥିବା ମନ୍ତ୍ରୀମାନଙ୍କର ଆରଟିପିସିଆର ଟେଷ୍ଟ୍‌ କରାଯାଇଥିବା ଜଣାପଡ଼ିଛି। କରୋନା ସଂକ୍ରମଣ ବଢ଼ୁଥିବାରୁ ମୋଦୀଙ୍କୁ ଭେଟିବାକୁ ଥିବା ସମସ୍ତ ମନ୍ତ୍ରୀଙ୍କ ଆର୍‌ଟିପିସିଆର ଟେଷ୍ଟ୍‌ ବାଧ୍ୟତାମୂଳକ କରାଯାଇଛି। ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀ ବିଧାନସଭା‌ ନିର୍ବାଚନରେ ବିଜେପିର ବିଜୟ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀର ସମସ୍ତ ନେତାଙ୍କୁ ଆଜି ସନ୍ଧ୍ୟା ୭.୩୦ରେ ନୈଶ ଭୋଜନ ପାଇଁ ନିମନ୍ତ୍ରଣ କରିଥିଲେ। ଏହି ଅବସରରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଏବଂ ଦିଲ୍ଲୀର ସମସ୍ତ ସାଂସଦ ଓ ବିଧାୟକଙ୍କ ସମେତ ପାଖାପାଖି ୭୦ ଜଣ କାର୍ଯ୍ୟକର୍ତ୍ତା ମୋଦୀଙ୍କ ସହ ନୈଶ ଭୋଜନ‌ରେ ଯୋଗ ଦେବେ।

Tags: