ପ୍ରଧାନମନ୍ତ୍ରୀଙ୍କୁ ଚିଠି‌ ଲେଖିଲେ ସୋନିଆ , ସ୍ବତନ୍ତ୍ର ଅଧିବେଶନରେ ୯ ପ୍ରସଙ୍ଗ ତାଲିକାଭୁକ୍ତ ପାଇଁ ଅନୁରୋଧ କଲେ

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି ଏବଂ ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସଂକ୍ରାନ୍ତରେ ଜାଣିବାକୁ ଚାହିଛନ୍ତି। ଆଗାମୀ ଅଧିବେଶନରେ ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ଦେବାକୁ ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି, ‘ ଆପଣ ସେପ୍ଟେମ୍ବର ୧୮ ତାରିଖରୁ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ମୁଁ ଏହା […]

Samaya Live Picture
Published On

ନୂଆଦିଲ୍ଲୀ : ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧି ବୁଧବାର ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର‌ ମୋଦୀଙ୍କ ପାଖକୁ ଚିଠି ଲେଖିଛନ୍ତି ଏବଂ ସେପ୍ଟେମ୍ବର ୧୮-୨୨ ପର୍ଯ୍ୟନ୍ତ ଡକାଯାଇଥିବା ସ୍ବତନ୍ତ୍ର ଅଧିବେଶନର ଏଜେଣ୍ଡା ସଂକ୍ରାନ୍ତରେ ଜାଣିବାକୁ ଚାହିଛନ୍ତି। ଆଗାମୀ ଅଧିବେଶନରେ ୯ଟି ପ୍ରସଙ୍ଗ ଉପରେ ଆଲୋଚନା ପାଇଁ ଅନୁମତି ଦେବାକୁ ସୋନିଆ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି। ସୋନିଆ ତାଙ୍କ ଚିଠିରେ ଲେଖିଛନ୍ତି, ‘ ଆପଣ ସେପ୍ଟେମ୍ବର ୧୮ ତାରିଖରୁ ୫ ଦିନିଆ ସ୍ବତନ୍ତ୍ର ଅଧିବେଶନ ଡାକିଛନ୍ତି। ମୁଁ ଏହା କହିବାକୁ ଚାହୁଛି ଯେ ଅନ୍ୟ ରାଜନୈତିକ ଦଳ ସହ କୌଣସି ପରାମର୍ଶ ନକରି ସ୍ବତନ୍ତ୍ର ଅଧିବେଶନ ଡକାଯାଇଛି। ଆମମାନଙ୍କ ମଧ୍ୟରୁ କେହି ବି ଏଜେଣ୍ଡା ସଂକ୍ରାନ୍ତରେ କିଛି ଜାଣିନାହୁଁ। ସେ ୯ଟି ପ୍ରସଙ୍ଗ ତାଲିକାଭୁକ୍ତ କରିବାପାଇଁ ଅନୁରୋଧ କରିଛନ୍ତି। ସୋନିଆ ତାଲିକାଭୁକ୍ତ କରିଥିବା ପ୍ରସଙ୍ଗ ଗୁଡ଼ିକ ହେଉଛି।
୧- ଅତ୍ୟାବଶ୍ୟକ ସାମଗ୍ରୀର ଦରବୃଦ୍ଧି, ବେକାରୀ ବୃଦ୍ଧି ଆଦି ପ୍ରସଙ୍ଗ
୨- ଚାଷୀ ଏବଂ ଚାଷୀ ସଂଗଠନ ଦ୍ବାରା ହୋଇଥିବା ବିଭିନ୍ନ ଦାବି ପୂରଣ ପାଇଁ ସରକାର ଦେଇଥିବା ପ୍ରତିଶ୍ରୁତି
୩- ଆଦାନି ବିଜନେସ ଗ୍ରୁପ୍‌ କାରବାରର ଜେପିସି ତଦନ୍ତ ଦାବି
୪- ମଣିପୁର ଲୋକ ଲଗାତାର ଭାବେ ସାମ୍ନା କରୁଥିବା ଜଟିଳ ସ୍ଥିତି ଏବଂ ମଣିପୁରରେ ସାମ୍ବିଧାନିକ ବ୍ୟବସ୍ଥା ଭୁଶୁଡ଼ି ପଡ଼ିବା ପ୍ରସଙ୍ଗ
୫- ହରିୟାଣା ଭଳି ରାଜ୍ୟମାନଙ୍କରେ ସାମ୍ପ୍ରଦାୟିକ ହିଂସା ବୃଦ୍ଧି
୬- ଚୀନ୍‌ ଭାରତୀୟ ଅଞ୍ଚଳ ଅକ୍ତିଆର କରିବା ଏବଂ ଲଦାଖ ଓ ଅରୁଣାଚଳପ୍ରଦେଶରେ ଆମ ସୀମା ପ୍ରତି ଚୀନ୍‌ ପଟୁ ଥିବା ଚାଲେଞ୍ଚ
୭- ଜାତିଗତ ଜନଗଣନାର ଜରୁରୀ ଆବଶ୍ୟକତା
୮- କେନ୍ଦ୍ର -ରାଜ୍ୟ ସମ୍ପର୍କରେ ତିକ୍ତତା
୯- କିଛି ରାଜ୍ୟରେ ପ୍ରବଳ ବର୍ଷା ଏବଂ ବନ୍ୟା ଜନିତ ପ୍ରାକୃତିକ ବିପର୍ଯ୍ୟୟର ପ୍ରଭାବ

Tags: