ପ୍ରଦୂଷଣ ନେଇ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ନେଇ ଆଜି ସୁପ୍ରିମକୋର୍ଟ ପୁଣିଥରେ ପଂଜାବ ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଜଷ୍ଟିସ ସଂଜୟ କିସନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଦିଲ୍ଲୀର ଏକ୍ୟୁଆଇକୁ ଅତି ସାଂଘାତିକ ସ୍ତରରେ ପହଞ୍ଚାଉଥିବା ଅଭ୍ୟାସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କହିଛନ୍ତି। ସ୍ଥିତି କିଭଳି ଭାବେ ଅତି ଭୟଙ୍କର ହେବାରେ ଲାଗିଛି ସେନେଇ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। କୋର୍ଟ କହିଛନ୍ତି, ୬ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ପ୍ରଦୂଷିତ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀ ପ୍ରଦୂଷଣ ନେଇ ଆଜି ସୁପ୍ରିମକୋର୍ଟ ପୁଣିଥରେ ପଂଜାବ ଏବଂ ଦିଲ୍ଲୀ ସରକାରଙ୍କ ଉପରେ ବର୍ଷିଛନ୍ତି। ଜଷ୍ଟିସ ସଂଜୟ କିସନ କୌଲ ଏବଂ ସୁଧାଂଶୁ ଧୁଲିଆଙ୍କ ଖଣ୍ଡପୀଠ ଦିଲ୍ଲୀର ଏକ୍ୟୁଆଇକୁ ଅତି ସାଂଘାତିକ ସ୍ତରରେ ପହଞ୍ଚାଉଥିବା ଅଭ୍ୟାସ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାପାଇଁ କହିଛନ୍ତି। ସ୍ଥିତି କିଭଳି ଭାବେ ଅତି ଭୟଙ୍କର ହେବାରେ ଲାଗିଛି ସେନେଇ କୋର୍ଟ ଗୁରୁତ୍ବାରୋପ କରିଛନ୍ତି। କୋର୍ଟ କହିଛନ୍ତି, ୬ ବର୍ଷ ମଧ୍ୟରେ ଏହା ହେଉଛି ସର୍ବାଧିକ ପ୍ରଦୂଷିତ ନଭେମ୍ବର। ବର୍ଷ ବର୍ଷ ଧରି ପଦ୍ଧତି ଜଣାଅଛି ଏବଂ ସମସ୍ୟା ମଧ୍ୟ ଜଣାଅଛି। ତେଣୁ ପ୍ରଦୂଷଣ ନିୟନ୍ତ୍ରଣ କରିବା ତୁମ କାମ ବୋଲି କୋର୍ଟ ଦିଲ୍ଲୀ, ପଂଜାବ ଏବଂ ଉତ୍ତରପ୍ରଦେଶ ସରକାରଙ୍କୁ କହିଛନ୍ତି। କୋର୍ଟ ସ୍ବୀକାର କରିଛନ୍ତି ଯେ ପଂଜାବର କୃଷକମାନଙ୍କୁ ସେମାନଙ୍କ ସମସ୍ୟା ସଂକ୍ରାନ୍ତରେ ସ୍ବର ଉତ୍ତୋଳନ କରିବାର ମଞ୍ଚ ଦିଆନଯାଇ ସେମାନଙ୍କୁ ଭର୍ତ୍ସନା କରାଯାଉଛି। କୃଷକଙ୍କୁ ଭିଲିଆନ୍ କରିଦିଆଯାଉଛି।

Tags: