ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ଖୁବ୍‌ଶୀଘ୍ର କୃତ୍ରିମ ବର୍ଷା

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କ୍ଲାଉଡ୍‌ ସିଡିଂ ନେଇ ଦିଲ୍ଲୀର ପାଇଲଟ୍‌ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛି। ଦିଲ୍ଲୀରେ ପ୍ରଦୂଷଣ କମାଇବା‌ ଏହି କ୍ଲାଉଡ ସିଡିଂ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଏବଂ ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପାଗ ଅନୁକୂଳ ‌ହେଲେ ଦିଲ୍ଲୀରେ ଖୁବ୍‌ଶୀଘ୍ର କ୍ଲାଉଡ୍‌ ସିଡିଂ ଆରମ୍ଭ ହେବ। ଏଥିପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅନୁମତି ନିଆଯାଇଛି। କେବଳ […]

ପ୍ରଦୂଷଣ ନିୟନ୍ତ୍ରଣ ପାଇଁ ଦିଲ୍ଲୀରେ ଖୁବ୍‌ଶୀଘ୍ର କୃତ୍ରିମ ବର୍ଷା
Samaya Live Picture
Published On

ନୂଆଦିଲ୍ଲୀ: ଭାରତୀୟ ପାଣିପାଗ ବିଭାଗ (ଆଇଏମ୍‌ଡି) କ୍ଲାଉଡ୍‌ ସିଡିଂ ନେଇ ଦିଲ୍ଲୀର ପାଇଲଟ୍‌ ପ୍ରକଳ୍ପକୁ ଅନୁମୋଦନ ପ୍ରଦାନ କରିଛି। ଦିଲ୍ଲୀରେ ପ୍ରଦୂଷଣ କମାଇବା‌ ଏହି କ୍ଲାଉଡ ସିଡିଂ ପ୍ରକଳ୍ପର ମୁଖ୍ୟ ଉଦ୍ଦେଶ୍ୟ ଏବଂ ପ୍ରକଳ୍ପ ପାଇଁ ଆବଶ୍ୟକ ପ୍ରସ୍ତୁତି ଶେଷ ହୋଇଛି ବୋଲି ଦିଲ୍ଲୀ ପରିବେଶ ମନ୍ତ୍ରୀ ମଞ୍ଜିନ୍ଦର ସିଂହ ସିର୍ସା କହିଛନ୍ତି। ମନ୍ତ୍ରୀ କହିଛନ୍ତି, ପାଗ ଅନୁକୂଳ ‌ହେଲେ ଦିଲ୍ଲୀରେ ଖୁବ୍‌ଶୀଘ୍ର କ୍ଲାଉଡ୍‌ ସିଡିଂ ଆରମ୍ଭ ହେବ। ଏଥିପାଇଁ ସମସ୍ତ ଗୁରୁତ୍ବପୂର୍ଣ୍ଣ ଅନୁମତି ନିଆଯାଇଛି। କେବଳ ଚୂଡ଼ାନ୍ତ ଫ୍ଲାଇଟ୍‌ କ୍ଲିୟରାନ୍ସ ବାକି ଅଛି। ପାଗ ଭଲ ରହିଲେ ଦିଲ୍ଲୀ ଖୁବ୍‌ଶୀଘ୍ର କୃତ୍ରିମ ବର୍ଷା ଦେଖିବ ବୋଲି ମନ୍ତ୍ରୀ ସିର୍ସା କହିଛନ୍ତି। ସ୍ବଚ୍ଛ ପବନ ପାଇଁ ସରକାରଙ୍କ ପ୍ରତିବଦ୍ଧତାର ଏହି ପାଇଲଟ୍‌ ପ୍ରକଳ୍ପ ଏକ ପ୍ରତିଫଳନ ବୋଲି ମନ୍ତ୍ରୀ କହିଛନ୍ତି।

Tags: