ପ୍ରଦୂଷଣରେ କଲବଲ ଦିଲ୍ଲୀ ବାସିନ୍ଦା

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ପଞ୍ଚମ ଦିନରେ ବାୟୁ ଗୁଣବତ୍ତା ଅତି ସାଂଘାତିକ ଶ୍ରେଣୀରେ ରହିଛି। ରବିବାର ସକାଳେ ବୱାନାରେ ବାୟୁମାନ ସୂଚକାଙ୍କ ସର୍ବାଧିକ ୪୭୧ ରହିଥିବା ବେଳେ ଅଧିକାଂଶ ଅଂଚଳରେ ଏହା ୪୦୦ରୁ ଉପରେ ରହିବା ଚିନ୍ତାର କାରଣ ପାଲଟିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସାଢ଼େ ୭ଟାରେ ଦୃଶ୍ୟମାନତା ୮୦୦ ମିଟରକୁ ଖସି ଆସିଥିବାରୁ ୧୦୭ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବାତିଲ ହୋଇଛି। ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାତୀୟ […]

Samaya Live Picture
Published On

ନୂଆଦିଲ୍ଲୀ : ଦିଲ୍ଲୀରେ ଲଗାତାର ପଞ୍ଚମ ଦିନରେ ବାୟୁ ଗୁଣବତ୍ତା ଅତି ସାଂଘାତିକ ଶ୍ରେଣୀରେ ରହିଛି। ରବିବାର ସକାଳେ ବୱାନାରେ ବାୟୁମାନ ସୂଚକାଙ୍କ ସର୍ବାଧିକ ୪୭୧ ରହିଥିବା ବେଳେ ଅଧିକାଂଶ ଅଂଚଳରେ ଏହା ୪୦୦ରୁ ଉପରେ ରହିବା ଚିନ୍ତାର କାରଣ ପାଲଟିଛି। ଇନ୍ଦିରା ଗାନ୍ଧୀ ଅନ୍ତର୍ଜାତୀୟ ବିମାନବନ୍ଦରରେ ସକାଳ ସାଢ଼େ ୭ଟାରେ ଦୃଶ୍ୟମାନତା ୮୦୦ ମିଟରକୁ ଖସି ଆସିଥିବାରୁ ୧୦୭ଟି ବିମାନ ବିଳମ୍ବିତ ହୋଇଥିବା ବେଳେ ୩ଟି ବାତିଲ ହୋଇଛି।
ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଜାତୀୟ ରାଜଧାନୀ ଅଞ୍ଚଳର କେତେକ ମନିଟରିଂ ଷ୍ଟେସନରେ ଏକ୍ୟୁଆଇ ‘ଅତି ଗୁରୁତର’ ଶ୍ରେଣୀରେ ପହଞ୍ଚିଛି। ଅଶୋକ ବିହାର ଓ ଜାହାଙ୍ଗୀରପୁରୀରେ ଏକ୍ୟୁଆଇ ୪୬୬ ରେକର୍ଡ କରାଯାଇଛି । ମୁଣ୍ଡକା ଏବଂ ୱାଜିରପୁରରେ ମଧ୍ୟ ଏକ୍ୟୁଆଇ ସ୍ତର ୪୬୩ ରହିଛି, ଯାହା ସମଗ୍ର ସହରରେ ବ୍ୟାପକ ପ୍ରଦୂଷଣକୁ ସୂଚାଉଛି। ଆନନ୍ଦ ବିହାର, ଶାଦିପୁର ଏବଂ ବିବେକ ବିହାରର ଷ୍ଟେସନରେ ଏକ୍ୟୁଆଇ ୪୫୭ ଥିବା ବେଳେ ରୋହିଣୀ ଓ ପଞ୍ଜାବୀ ବାଗରେ ଯଥାକ୍ରମେ ୪୪୯ ଓ ୪୪୭ ରେକର୍ଡ କରାଯାଇଛି। ପ୍ରଦୂଷଣ ମାତ୍ରା ବଢ଼ୁଥିବାରୁ ଆଖି ଜଳାପୋଡ଼ା ଓ ଶ୍ୱାସକ୍ରିୟା ଜନିତ ସମସ୍ୟା ବଢ଼ିଯାଇଛି। ଦିଲ୍ଲୀର ଆନନ୍ଦ ବିହାର, ଅଶୋକ ବିହାର, ବୱାନା, ମୁଣ୍ଡକା, ଶାଦିପୁର, ବିବେକ ବିହାର ଏବଂ ୱାଜିରପୁର ଭଳି ୭ଟି ଅଞ୍ଚଳରେ ରବିବାର ସକାଳେ ବାୟୁ ଗୁଣବତ୍ତା ‘ଅତି ଗୁରୁତର’ ବର୍ଗରେ ରହିଛି। ସହରର ୩୫ଟି ବାୟୁ ଗୁଣବତ୍ତା ନିରୀକ୍ଷଣ କେନ୍ଦ୍ର ମଧ୍ୟରୁ ୨୨ଟିରେ ବାୟୁର ଗୁଣବତ୍ତା ସାଂଘାତିକ ଶ୍ରେଣୀରେ ରହିଛି। ପ୍ରଦୂଷଣ ଅତିଶୟ ହୋଇଯିବାରୁ ଦିଲ୍ଲୀରେ କେବଳ ଦଶମ ଏବଂ ଦ୍ବାଦଶ ଛାଡ଼ିଦେଲେ ବାକି ସବୁ ଅନଲାଇନ୍‌ କ୍ଲାସ୍‌ କରାଯିବ।

Tags: