ପ୍ରଥମ ମହିଳା ସିଆଇଏସ୍‌ଏଫ୍‌ ରିଜର୍ଭ ବାଟାଲିୟନକୁ କେନ୍ଦ୍ରର ମଞ୍ଜୁରି

ନୂଆଦିଲ୍ଲୀ: ମହିଳାମାନଙ୍କୁ ସଶକ୍ତ କରିବା ସହ ସେନାରେ ଯୋଗଦେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରି ଦେଇଛନ୍ତି। ଏହି ବାଟାଲିୟନରେ ୧୦୦୦ରୁ ଅଧିକ ମହିଳା ଯବାନ ରହିବେ। ସିଆଇଏସ୍‌ଏଫ୍‌ରେ ଏବେ ପ୍ରାୟ ୨,୦୦,୦୦୦ ଯବାନ ଅଛନ୍ତି। ପୂର୍ବରୁ ସିଆଇଏସ୍‌ଏଫ୍‌ ଏକ ମହିଳା ବାଟାଲିୟନ ଗଠନ ପାଇଁ ଅନୁରୋଧ କରିଥିଲା। ଏହାକୁ ଏବେ ମଞ୍ଜୁରି ଦିଆଯାଇଛି ବୋଲି […]

Samaya Live Picture
Published On

ନୂଆଦିଲ୍ଲୀ: ମହିଳାମାନଙ୍କୁ ସଶକ୍ତ କରିବା ସହ ସେନାରେ ଯୋଗଦେବା ପାଇଁ ଅଧିକରୁ ଅଧିକ ଉତ୍ସାହିତ କରିବା ପାଇଁ କେନ୍ଦ୍ର ସରକାର ମଙ୍ଗଳବାର କେନ୍ଦ୍ର ଶିଳ୍ପ ସୁରକ୍ଷା ବଳ (ସିଆଇଏସ୍‌ଏଫ୍‌)ର ପ୍ରଥମ ମହିଳା ସଂରକ୍ଷିତ ବାଟାଲିୟନ ପ୍ରତିଷ୍ଠାକୁ ମଞ୍ଜୁରି ଦେଇଛନ୍ତି। ଏହି ବାଟାଲିୟନରେ ୧୦୦୦ରୁ ଅଧିକ ମହିଳା ଯବାନ ରହିବେ। ସିଆଇଏସ୍‌ଏଫ୍‌ରେ ଏବେ ପ୍ରାୟ ୨,୦୦,୦୦୦ ଯବାନ ଅଛନ୍ତି। ପୂର୍ବରୁ ସିଆଇଏସ୍‌ଏଫ୍‌ ଏକ ମହିଳା ବାଟାଲିୟନ ଗଠନ ପାଇଁ ଅନୁରୋଧ କରିଥିଲା। ଏହାକୁ ଏବେ ମଞ୍ଜୁରି ଦିଆଯାଇଛି ବୋଲି ଗୃହ ମନ୍ତ୍ରଣାଳୟର ଜଣେ ଅଧିକାରୀ ସୂଚନା ଦେଇଛନ୍ତି। ସିଆଇଏସ୍‌ଏଫ୍‌ର ଡେପୁଟି ଇନ୍ସପେକ୍ଟର ଜେନେରାଲ ଦୀପକ ବର୍ମା ଏକ ବିବୃତିରେ କହିଛନ୍ତି ଯେ ସିଆଇଏସ୍‌ଏଫ୍‌ ମୁଖ୍ୟାଳୟ ନୂତନ ବାଟାଲିୟନର ମୁଖ୍ୟାଳୟ ପାଇଁ ଶୀଘ୍ର ନିଯୁକ୍ତି, ପ୍ରଶିକ୍ଷଣ ଓ ସ୍ଥାନ ଚୟନ ପାଇଁ ପ୍ରସ୍ତୁତି ଆରମ୍ଭ କରିଛି। ମହିଳା ରିଜର୍ଭ ୟୁନିଟରେ ଜଣେ ବରିଷ୍ଠ କମାଣ୍ଡାଣ୍ଟ ପାହ୍ୟାର ଅଧିକାରୀଙ୍କ ନେତୃତ୍ୱରେ ୧୦୨୫ ଜଣ କର୍ମଚାରୀ ରହିବେ। ଏବେ ସିଆଇଏସ୍‌ଏଫ୍‌ ୧୨ଟି ରିଜର୍ଭ ବାଟାଲିୟନର ରକ୍ଷଣାବେକ୍ଷଣ କରୁଛି।

Tags: