ପ୍ରଥମ ବ୍ୟାଚ ମିଆଁମାର ନାଗରିକ ପ୍ରତ୍ୟର୍ପଣ ହେଲେ : ବୀରେନ ସିଂହ

ନୂଆଦିଲ୍ଲୀ : ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ମିଆଁମାର ନାଗରିକଙ୍କ ମଧ୍ୟରୁ ଆଜି ପ୍ରଥମ ବ୍ୟାଚ୍ରେ କିଛି ମିଆଁମାର ନାଗରିକ ପ୍ରତ୍ୟର୍ପଣ ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏନେଇ ସୂଚନା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ ସିଂହ କହିଛନ୍ତି, ‘ ପ୍ରଥମ ବ୍ୟାଚ୍ ମିଆଁମାର ନାଗରିକ ଯେଉଁମାନେ ବେଆଇନ ଭାବେ ପ୍ରବେଶ କରିଥିଲେ ସେମାନଙ୍କୁ ଆଜି ପ୍ରତ୍ୟର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର […]

Samaya Live Picture
Published On

ନୂଆଦିଲ୍ଲୀ : ବେଆଇନ ଭାବେ ଭାରତ ପ୍ରବେଶ କରିଥିବା ମିଆଁମାର ନାଗରିକଙ୍କ ମଧ୍ୟରୁ ଆଜି ପ୍ରଥମ ବ୍ୟାଚ୍ରେ କିଛି ମିଆଁମାର ନାଗରିକ ପ୍ରତ୍ୟର୍ପଣ ହୋଇଛନ୍ତି। ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏନେଇ ସୂଚନା ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍ କରି ମୁଖ୍ୟମନ୍ତ୍ରୀ ସିଂହ କହିଛନ୍ତି, ‘ ପ୍ରଥମ ବ୍ୟାଚ୍ ମିଆଁମାର ନାଗରିକ ଯେଉଁମାନେ ବେଆଇନ ଭାବେ ପ୍ରବେଶ କରିଥିଲେ ସେମାନଙ୍କୁ ଆଜି ପ୍ରତ୍ୟର୍ପଣ କରାଯାଇଛି। ମୁଖ୍ୟମନ୍ତ୍ରୀ ମଧ୍ୟ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ଏହାର ଏକ ଭିଡିଓ ସେୟାର କରିଛନ୍ତି। ପରବର୍ତ୍ତୀ ସମୟରେ ଗଣମାଧ୍ୟମରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଛନ୍ତି, ମିଆଁମାର ନାଗରିକଙ୍କୁ ପ୍ରତ୍ୟର୍ପଣ କରିବାରେ ସେମାନେ ନ୍ୟାୟିକ ପ୍ରକ୍ରିୟା ଅନୁସରଣ କରିଛନ୍ତି। ତେବେ ସେମାନଙ୍କ ସଂଖ୍ୟା ବହୁ୍ତ ଅଧିକ ହୋଇଥିବାରୁ ସେମାନଙ୍କୁ ଏକସଙ୍ଗେ ପ୍ରତ୍ୟର୍ପଣ କରିହୋଇନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ତେବେ ଏନଆରସି (ଜାତୀୟ ନାଗରିକ ପଞ୍ଜିକା ) କାର୍ଯ୍ୟକାରୀ କରିବା ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କେନ୍ଦ୍ର ସରକାରଙ୍କ ଦ୍ବାରା ନିଷ୍ପତ୍ତି ନିଆଯିବ। ଆମ ବିଧାନସଭା ପ୍ରସ୍ତାବ ଗୃହୀତ କଲେ ଏବଂ ସୁପାରିସ କଲେ। ଏବେ ବାକି ସବୁ କାମ କେନ୍ଦ୍ର ମନ୍ତ୍ରାଳୟ ହାତରେ। ଉଲ୍ଲେଖଯୋଗ୍ୟ ଯେ ୨୦୨୩ ଡିସେମ୍ବରରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବ ଶର୍ମା କହିଥିଲେ ରାଜ୍ୟରେ ଏନଆରସିର ବିସ୍ତୃତ ସମୀକ୍ଷା କରିବାର ଆବଶ୍ୟକତା ରହିଛି।

Tags: