ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ, ୨୧ ରାଜ୍ୟର ୧୦୨ ଆସନରେ ମତଦାନ ଜାରି

ନୂଆଦିଲ୍ଲୀ : ଅଷ୍ଟଦଶ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି। ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ୧୦ଟା ସୁଦ୍ଧା ୯.୭ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ଅରୁଣାଚଳପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା , ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, […]

Samaya Live Picture
Published On

ନୂଆଦିଲ୍ଲୀ : ଅଷ୍ଟଦଶ ଲୋକସଭା ନିର୍ବାଚନ ପାଇଁ ଆଜି ପ୍ରଥମ ପର୍ଯ୍ୟାୟରେ ୨୧ଟି ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଭୋଟିଂ ଜାରି ରହିଛି। ସକାଳ ୭ଟାରୁ ବିଭିନ୍ନ ମତଦାନ କେନ୍ଦ୍ରରେ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଛି। ଆଜି ସକାଳ ୧୦ଟା ସୁଦ୍ଧା ୯.୭ ପ୍ରତିଶତରୁ ଅଧିକ ମତଦାନ ରେକର୍ଡ କରାଯାଇଛି। ଅରୁଣାଚଳପ୍ରଦେଶ, ଛତିଶଗଡ଼, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ମଣିପୁର, ମେଘାଳୟ, ମିଜୋରାମ, ନାଗାଲାଣ୍ଡ, ରାଜସ୍ଥାନ, ସିକ୍କିମ, ତାମିଲନାଡୁ, ତ୍ରିପୁରା , ଉତ୍ତରପ୍ରଦେଶ,ଉତ୍ତରାଖଣ୍ଡ, ପଶ୍ଚିମବଙ୍ଗ, ଆଣ୍ଡାମାନ ଏବଂ ନିକୋବର ଦ୍ବୀପପୁଞ୍ଜ, ଜମ୍ମୁ ଏବଂ କାଶ୍ମୀର, ଲାକ୍ଷାଦ୍ବୀପ ଏବଂ ପୁଡ଼ୁଚେରୀରେ ଆଜି ଭୋଟ୍ ଆରମ୍ଭ ହୋଇଛି। ପାଖାପାଖି ୨ ଲକ୍ଷ ମତଦାନ କେନ୍ଦ୍ରରେ ୧୬.୬୩ କୋଟି ଭୋଟର ସେମାନଙ୍କ ମତଦାନ ସାବ୍ୟସ୍ତ କରିବେ। ପ୍ରଥମ ପର୍ଯ୍ୟାୟରେ କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ, ଭୂପେନ୍ଦ୍ର ଯାଦବ, କିରେନ ରିଜିଜୁ, ଜିତେନ୍ଦ୍ର ସିଂହ, ଅର୍ଜୁନ ରାମ ମେଘୱାଲ ଏବଂ ସର୍ବାନନ୍ଦ ସୋନୱାଲ ଲଢ଼ୁଥିବା ଆସନରେ ପ୍ରଥମ ପର୍ଯ୍ୟାୟରେ ଭୋଟ୍ ଅଛି। କଂଗ୍ରେସର ଗୌରବ ଗୋଗଇ, ଡିଏମକେର କାନିମୋଝି ଏବଂ ବିଜେପିର ତାମିଲନାଡ଼ୁ ମୁଖ୍ୟ କେ ଆନ୍ନାମଲାଇ ମଧ୍ୟ ଆଜି ନିର୍ବାଚନ ଲଢ଼ୁଛନ୍ତି। ୨୦୨୪ ଲୋକସଭା ନିର୍ବାଚନରେ ବିଜେପି ନେତୃତ୍ବାଧୀନ ଏନଡିଏ ବିପୁଳ ବିଜୟ ହାସଲ କରିବ ବୋଲି ଦୃଢ଼ୋକ୍ତି ବାଢ଼ିଥିବାବେଳେ ବିରୋଧୀ ଇଣ୍ଡିଆ ମେଣ୍ଟ ମଧ୍ୟ ଏନଡିଏ ମେଣ୍ଟକୁ କଡ଼ା ଟକ୍କର ଦେଇ ଆଗକୁ ବଢ଼ିବେ ବୋଲି ଆଶା ରଖିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଆଜି ମତଦାନ ହେଉଥିବା ୧୦୨ ଟି ଆସନରୁ ୪୫ଟି ଆସନରେ ୨୦୧୯ ଲୋକସଭା ନିର୍ବାଚନରେ ୟୁପିଏ ଜିତିଥିଲା। ଉଲ୍ଲେଖଯୋଗ୍ୟ ଯେ ୫୪୩ ଲୋକସଭା ସଦସ୍ୟଙ୍କୁ ନିର୍ବାଚିତ କରିବାପାଇଁ ୭ଟି ପର୍ଯ୍ୟାୟରେ ନିର୍ବାଚନ ହେବ। ଏପ୍ରିଲ ୧୯ରୁ ନିର୍ବାଚନ ଆରମ୍ଭ ହୋଇ ଜୁନ୍ ୧ ତାରିଖରେ ଶେଷ ହେବ। ଜୁନ୍ ୪ ତାରିଖରେ ନିର୍ବାଚନ ଫଳ ଆସିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରେକର୍ଡ ସଂଖ୍ୟାରେ ମତଦାନ ପାଇଁ ଭୋଟରଙ୍କୁ ଅନୁରୋଧ କରିଛନ୍ତି। ବିଶେଷ କରି ଯୁବ ଏବଂ ପ୍ରଥମ ଥର ପାଇଁ ମତଦାନ ପାଇଁ ଯାଉଥିବା ଭୋଟରଙ୍କୁ ବିପୁଳ ସଂଖ୍ୟାରେ ଭୋଟ୍ ଦେବାପାଇଁ ମୋଦୀ ଅନୁରୋଧ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ୩୫.୬୭ ଲକ୍ଷ ଫାଷ୍ଟ୍ ଟାଇମ ଭୋଟର ଅଛନ୍ତି। ଆଜି ପ୍ରଥମ ପର୍ଯ୍ୟାୟରେ ତାମିଲନାଡ଼ୁରେ ସମସ୍ତ ୩୯ ଆସନ, ଉତ୍ତରାଖଣ୍ଡରେ ୫, ଅରୁଣାଚଳପ୍ରଦେଶରେ ୨, ମେଘାଳୟରେ ୨, ଆଣ୍ଡାମାନ ଏବଂ ନିକୋବରରେ ୧, ମିଜୋରାମ ୧, ନାଗାଲାଣ୍ଡ ୧, ପୁଡ଼ୁଚେରୀ ୧ , ସିକ୍କିମ ୧ , ଲକ୍ଷାଦ୍ବୀପ ୧, ରାଜସ୍ଥାନରେ ୧୨ ଆସନ, ଉତ୍ତରପ୍ରଦେଶରେ ୮, ମଧ୍ୟପ୍ରଦେଶରେ ୬, ଆସାମ ଏବଂ ମହାରାଷ୍ଟ୍ରରେ ୫ ଆସନ, ବିହାରରେ ୪, ପଶ୍ଚିମବଙ୍ଗରେ ୩, ମଣିପୁରରେ ୨ , ତ୍ରିପୁରା, ଜମ୍ମୁ କାଶ୍ମୀର ଏବଂ ଛତିଶଗଡ଼ରେ ଗୋଟିଏ ଲେଖାଏଁ ଆସନରେ ଆଜି ଭୋଟ୍ ଗ୍ରହଣ ହେଉଛି। ଲୋକସଭା ନିର୍ବାଚନ ସହ ଆଜି ଅରୁଣାଚଳପ୍ରଦେଶରେ ୬୦ ଆସନ ଏବଂ ସିକ୍କିମରେ ୩୨ ଆସନରେ ଭୋଟ୍ ଗ୍ରହଣ ହେଉଛି।

Tags: