ପ୍ରଥମ ପର୍ଯ୍ୟାୟ ନିର୍ବାଚନରୁ ହିଁ ବିଜେପି ପରାଜୟ ବରଣ କରିବ : ଅଖିଳେଶ
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ଦଳର ପରଫରମାନ୍ସ ଉପରେ ଦୃଢ଼ ବିଶ୍ବାସ ରଖିଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଅଖିଳେଶ ତାଙ୍କ ଦଳର ବିଜୟ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ନିଜ ଦଳର କାର୍ଯ୍ୟ ଦକ୍ଷତା ଉପରେ ଦୃଢ଼ ବିଶ୍ବାସ ରଖି ଅଖିଳେଶ କହିଛନ୍ତି, ରାଜପୁତ ଏବଂ କ୍ଷତ୍ରିୟଙ୍କ ଭୋଟ୍ ବିଜେପିକୁ ପ୍ରଭାବିତ କରିବ ଏବଂ ଦଳ ପରାଜୟ ସ୍ବୀକାର କରିବ। ପ୍ରଥମ ପର୍ଯ୍ୟାୟ ଭୋଟରୁ ହିଁ […]
ନୂଆଦିଲ୍ଲୀ : ସମାଜବାଦୀ ପାର୍ଟି (ସପା) ସୁପ୍ରିମୋ ଅଖିଳେଶ ଯାଦବ ତାଙ୍କ ଦଳର ପରଫରମାନ୍ସ ଉପରେ ଦୃଢ଼ ବିଶ୍ବାସ ରଖିଛନ୍ତି। ଆସନ୍ତାକାଲି ପ୍ରଥମ ପର୍ଯ୍ୟାୟ ଲୋକସଭା ନିର୍ବାଚନ ଥିବାବେଳେ ଅଖିଳେଶ ତାଙ୍କ ଦଳର ବିଜୟ ହେବ ବୋଲି ଦୃଢ଼ୋକ୍ତି ବାଢ଼ିଛନ୍ତି। ନିଜ ଦଳର କାର୍ଯ୍ୟ ଦକ୍ଷତା ଉପରେ ଦୃଢ଼ ବିଶ୍ବାସ ରଖି ଅଖିଳେଶ କହିଛନ୍ତି, ରାଜପୁତ ଏବଂ କ୍ଷତ୍ରିୟଙ୍କ ଭୋଟ୍ ବିଜେପିକୁ ପ୍ରଭାବିତ କରିବ ଏବଂ ଦଳ ପରାଜୟ ସ୍ବୀକାର କରିବ। ପ୍ରଥମ ପର୍ଯ୍ୟାୟ ଭୋଟରୁ ହିଁ ସପାର ବିଜୟ ସୁନିଶ୍ଚିତ ହୋଇଯିବ ବୋଲି ସେ କହିଛନ୍ତି। ଜନସାଧାରଣ ସେମାନଙ୍କ ମତଦାନ ପାଇଁ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ବିଜେପି ଯାହା ସବୁ କିଛି ସବୁ ମିଛ। ସେମାନେ ମିଛ ପ୍ରତିଶ୍ରୁତି ଦେଇଛନ୍ତି। ବିଜେପି ପ୍ରଥମ ପର୍ଯ୍ୟାୟରୁ ହିଁ ପରାଜୟ ସାମ୍ନା କରିବ। ବିଜେପିକୁ ବାସ୍ତବତା ଦେଖାଇବାପାଇଁ ଲୋକମାନେ ନିଷ୍ପତ୍ତି ନେଇ ସାରିଛନ୍ତି। ଅଖିଳେଶ କହିଛନ୍ତି, ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟକୁ ଏକ ଶିକ୍ଷା ଦେବାପାଇଁ ଜନସାଧାରଣ ପିଡିଏ (ପିଛଡ଼ା, ଦଳିତ ଏବଂ ଅଳ୍ପସଂଖ୍ୟକ)ସହ ରହିବେ।




