ପ୍ରତ୍ୟର୍ପଣ ରୋକିବାକୁ ଟ୍ରମ୍ପ ପ୍ରଶାସନ ବିରୋଧରେ ଭାରତୀୟ ଓ ଚୀନ୍ ଛାତ୍ରଛାତ୍ରୀ ଏକାଠି

ୱାସିଂଟନ: ବିନା ଚେତାବନୀରେ ୧୦୦୦ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ କରାଯାଇଥିବାରୁ ସମଗ୍ର ଆମେରିକାର କ୍ୟାମ୍ପସରେ ଅନିଶ୍ଚିତତା ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବିବରଣୀ, ସରକାରୀ ଚିଠିପତ୍ର ଓ ଅଦାଲତ ଫାଇଲିଂ ଆଧାରରେ ୧୬୦ଟି କଲେଜର ଅତି କମ୍‌ରେ ୧୦୨୪ ଜଣ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଟ୍ରମ୍ପ ପ୍ରଶାସନର ଭିସା ରଦ୍ଦ ନିଷ୍ପତ୍ତି ବିରୋଧରେ ଏବେ ଭାରତୀୟ ଓ ଚୀନ୍‌ ଛାତ୍ରଛାତ୍ରୀମାନେ ଏକଜୁଟ୍‌ ହୋଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନ ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି। ସୂଚନାଯୋଗ୍ୟ, […]

ପ୍ରତ୍ୟର୍ପଣ ରୋକିବାକୁ ଟ୍ରମ୍ପ ପ୍ରଶାସନ ବିରୋଧରେ ଭାରତୀୟ ଓ ଚୀନ୍ ଛାତ୍ରଛାତ୍ରୀ ଏକାଠି
Samaya Live Picture
Published On

ୱାସିଂଟନ: ବିନା ଚେତାବନୀରେ ୧୦୦୦ରୁ ଅଧିକ ଅନ୍ତର୍ଜାତୀୟ ଛାତ୍ରଛାତ୍ରୀଙ୍କ ଭିସା ହଠାତ୍ ରଦ୍ଦ କରାଯାଇଥିବାରୁ ସମଗ୍ର ଆମେରିକାର କ୍ୟାମ୍ପସରେ ଅନିଶ୍ଚିତତା ବଢିବାରେ ଲାଗିଛି। ବିଶ୍ୱବିଦ୍ୟାଳୟ ବିବରଣୀ, ସରକାରୀ ଚିଠିପତ୍ର ଓ ଅଦାଲତ ଫାଇଲିଂ ଆଧାରରେ ୧୬୦ଟି କଲେଜର ଅତି କମ୍‌ରେ ୧୦୨୪ ଜଣ ଛାତ୍ରଛାତ୍ରୀ ପ୍ରଭାବିତ ହୋଇଛନ୍ତି। ଟ୍ରମ୍ପ ପ୍ରଶାସନର ଭିସା ରଦ୍ଦ ନିଷ୍ପତ୍ତି ବିରୋଧରେ ଏବେ ଭାରତୀୟ ଓ ଚୀନ୍‌ ଛାତ୍ରଛାତ୍ରୀମାନେ ଏକଜୁଟ୍‌ ହୋଇଛନ୍ତି ଏବଂ ଟ୍ରମ୍ପ ପ୍ରଶାସନ ବିରୋଧରେ ଅଦାଲତର ଆଶ୍ରୟ ନେଇଛନ୍ତି। ସୂଚନାଯୋଗ୍ୟ, ଆମେରିକାରେ ଅନ୍ତର୍ଜାତୀୟ ଛାତ୍ରମାନଙ୍କୁ ଦେଶରେ ପ୍ରବେଶ କରିବା ପୂର୍ବରୁ ଭିସା ହାସଲ କରିବା ଆବଶ୍ୟକ – ସାଧାରଣତଃ ଏଫ୍-୧ ଛାତ୍ର ଭିସା – ଯେଉଁଥିରେ ପର୍ଯ୍ୟାପ୍ତ ଆର୍ଥିକ ସମର୍ଥନ ପ୍ରମାଣ କରିବା ଏବଂ ସରକାରୀ ପ୍ରମାଣିତ ଅନୁଷ୍ଠାନରେ ନାମ ଲେଖାଇବା ଅନ୍ତର୍ଭୁକ୍ତ। ଏବେ ଏହି ଭିସା ରଦ୍ଦ ପ୍ରକ୍ରିୟା ଛାତ୍ରଛାତ୍ରୀଙ୍କୁ ଅନିଶ୍ଚିତତା ଭିତରକୁ ଟାଣିନେଇଛି। ନ୍ୟୁ ହାମ୍ପସାୟାର ସ୍ଥିତ ଆମେରିକୀୟ ଜିଲ୍ଲା ଅଦାଲତରେ ଆମେରିକୀୟ ସିଭିଲ ଲିବର୍ଟିଜ୍ ୟୁନିୟନ (ଏସିଏଲ୍ୟୁ) ପକ୍ଷରୁ ଦାଏର କରାଯାଇଥିବା ମାମଲା ଅନୁଯାୟୀ, ଆବେଦନକାରୀଙ୍କ ଏଫ୍-୧ ମାନ୍ୟତା ବେଆଇନ ଭାବେ ଉଚ୍ଛେଦ କରାଯାଇଛି ଏବଂ ସେମାନଙ୍କୁ ଆଇନଗତ ଛାତ୍ର ମାନ୍ୟତାରୁ ବଞ୍ଚିତ କରିଛି। ଏହି ମାମଲାରେ ଦର୍ଶାଯାଇଛି ଯେ ଛାତ୍ରଛାତ୍ରୀମାନେ ପ୍ରତ୍ୟର୍ପଣର ସମ୍ମୁଖୀନ ହେବା ସହ ଗୁରୁତର ସଙ୍କଟ ଦେଇ ଗତି କରୁଛନ୍ତି। ଅଦାଲତ ହସ୍ତକ୍ଷେପ ନକଲେ ସେମାନଙ୍କ ଗ୍ରାଜୁଏସନ୍ ଅପ୍ରତ୍ୟାଶିତ ଏବଂ ଅସମ୍ଭବ ବୋଲି ଦର୍ଶାଇ ଭାରତୀୟ ଓ ଚୀନ୍‌ ଛାତ୍ରଛାତ୍ରୀମାନେ ଟ୍ରମ୍ପ ପ୍ରଶାସନ ବିରୋଧରେ ମିଳିତ ଆବେଦନ କରିଛନ୍ତି।

Tags: