ପ୍ରତି ବର୍ଷ ଦେଶରେ ୫୦ ହଜାର ଲୋକ ସାପ କାମୁଡ଼ାରେ ମରୁଛନ୍ତି

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ପାଖାପାଖି ୫୦ ହଜାର ଲୋକ ସାପ କାମୁଡ଼ାରେ ମରୁଛନ୍ତି। ଏହା ସମଗ୍ର ବିଶ୍ବରେ ସର୍ବାଧିକ। ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି ସଂସଦରେ ଏହି ସୂଚନା ଦେଇଛନ୍ତି। ରାଜୀବ ପ୍ରତାପ ଲୋକସଭାରେ ସାପ କାମୁଡ଼ା ଯୋଗୁଁ ବଢ଼ୁଥିବା ମୃତ୍ୟୁହାର ସଂକ୍ରାନ୍ତରେ ଏକ ଆଲୋଚନା ସମୟରେ କହିଥିଲେ ପ୍ରତିବର୍ଷ ଦେଶରେ ପ୍ରାୟ ୩୦ରୁ ୪୦ ଲକ୍ଷ ଲୋକ ସାପ କାମୁଡ଼ାର ଶିକାର ହେଉଛନ୍ତି ଏବଂ ୫୦ ହଜାର ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଉଛି, […]

Samaya Live Picture
Published On

ନୂଆଦିଲ୍ଲୀ: ଦେଶରେ ପ୍ରତିବର୍ଷ ପାଖାପାଖି ୫୦ ହଜାର ଲୋକ ସାପ କାମୁଡ଼ାରେ ମରୁଛନ୍ତି। ଏହା ସମଗ୍ର ବିଶ୍ବରେ ସର୍ବାଧିକ। ବିଜେପି ସାଂସଦ ରାଜୀବ ପ୍ରତାପ ରୁଡ଼ି ସଂସଦରେ ଏହି ସୂଚନା ଦେଇଛନ୍ତି। ରାଜୀବ ପ୍ରତାପ ଲୋକସଭାରେ ସାପ କାମୁଡ଼ା ଯୋଗୁଁ ବଢ଼ୁଥିବା ମୃତ୍ୟୁହାର ସଂକ୍ରାନ୍ତରେ ଏକ ଆଲୋଚନା ସମୟରେ କହିଥିଲେ ପ୍ରତିବର୍ଷ ଦେଶରେ ପ୍ରାୟ ୩୦ରୁ ୪୦ ଲକ୍ଷ ଲୋକ ସାପ କାମୁଡ଼ାର ଶିକାର ହେଉଛନ୍ତି ଏବଂ ୫୦ ହଜାର ଲୋକଙ୍କର ସାପ କାମୁଡ଼ାରେ ମୃତ୍ୟୁ ହେଉଛି, ଯାହା କି ବିଶ୍ବରେ ସର୍ବାଧିକ। ତେବେ ଅନେକ ମୃତ୍ୟୁକୁ ରୋକିହୋଇପାରନ୍ତା ବୋଲି ସେ କହିଛନ୍ତି। ଜଳବାୟୁ ପରିବର୍ତ୍ତନ ସାପ କାମୁଡ଼ା ଘଟଣା ବୃଦ୍ଧି ପଛର ଏକ ପ୍ରମୁଖ କାରଣ ବୋଲି ସେ କହିଛନ୍ତି।

Tags: