ପ୍ରତି ଅନୁଷ୍ଠାନରେ ଆରଏସଏସର ଲୋକ ଅଛନ୍ତି : ରାହୁଲ
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଗସ୍ତରେ ଯାଇଛନ୍ତି। ଜମ୍ମୁ କାଶ୍ମୀର ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କର ପ୍ରଥମ ଲଦାଖ ଗସ୍ତ। ଲଦାଖରେ ରାହୁଲ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ଶାସକ ବିଜେପିର ବୈଚାରିକ ଅଭିଭାବକ ଆରଏସଏସ୍ ସବୁକିଛି ପରିଚାଳନା କରୁଛି। ପ୍ରତି ଅନୁଷ୍ଠାନରେ ଆରଏସଏସ୍ ଏହାର ଲୋକଙ୍କୁ ରଖିଛି। ରାହୁଲ କହିଛନ୍ତି, ଏପରିକି କେନ୍ଦ୍ର ସରକାରରେ ଥିବା ମନ୍ତ୍ରୀମାନଙ୍କୁ ଯଦି ପଚରାଯାଏ […]
ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ଏବେ ଲଦାଖ ଗସ୍ତରେ ଯାଇଛନ୍ତି। ଜମ୍ମୁ କାଶ୍ମୀର ୨ଟି କେନ୍ଦ୍ର ଶାସିତ ଅଞ୍ଚଳରେ ପରିଣତ ହେବାପରେ ଏହା ରାହୁଲଙ୍କର ପ୍ରଥମ ଲଦାଖ ଗସ୍ତ। ଲଦାଖରେ ରାହୁଲ ବିଜେପି ଏବଂ ଆରଏସଏସ ଉପରେ ବର୍ଷିଛନ୍ତି। ରାହୁଲ କହିଛନ୍ତି, ଶାସକ ବିଜେପିର ବୈଚାରିକ ଅଭିଭାବକ ଆରଏସଏସ୍ ସବୁକିଛି ପରିଚାଳନା କରୁଛି। ପ୍ରତି ଅନୁଷ୍ଠାନରେ ଆରଏସଏସ୍ ଏହାର ଲୋକଙ୍କୁ ରଖିଛି। ରାହୁଲ କହିଛନ୍ତି, ଏପରିକି କେନ୍ଦ୍ର ସରକାରରେ ଥିବା ମନ୍ତ୍ରୀମାନଙ୍କୁ ଯଦି ପଚରାଯାଏ ବି ସେମାନେ କହିବେ ଯେ ସେମାନେ ସେମାନଙ୍କ ମନ୍ତ୍ରାିଳୟ ପରିଚାଳନା କରୁନାହାନ୍ତି। ବରଂ ଆରଏସଏସ ଦ୍ବାରା ମୁତୟନ ଲୋକ ହିଁ ମନ୍ତ୍ରାଳୟପ ପରିଚାଳନା କରୁଛନ୍ତି ଏବଂ ସବୁକିଛି ସୁପାରିସ କରୁଛନ୍ତି।




