ପ୍ରତିରକ୍ଷା ବ୍ୟବସ୍ଥାକୁ ସୁଦୃଢ଼ କରିବ ଏଫ୍-୩୫ ଲଢ଼ୁଆ ବିମାନ
ୱାସିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଆମେରିକାର ସାମରିକ କ୍ରୟ ବୃଦ୍ଧି କଥା କହିଛନ୍ତି। ଆମେରିକା ଭାରତକୁ ଏଫ୍-୩୫ ଲଢ଼ୁଆ ବିମାନ ବିକ୍ରି କରିବ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି। ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ପାଇଁ ଲକହିଡ ମାର୍ଟିନ ଦ୍ବାରା ବିକଶିତ ହୋଇଥିବା ଏଫ୍-୩୫ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଲଢ଼ୁଆ ବିମାନ। ଏହି ବିମାନ ଗୁଡ଼ିକ ଅତି ତୀକ୍ଷ୍ଣ […]
ୱାସିଂଟନ୍: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ଙ୍କ ମଧ୍ୟରେ ଦ୍ବିପାକ୍ଷିକ କଥାବାର୍ତ୍ତା ସମୟରେ ଡୋନାଲ୍ଡ ଟ୍ରମ୍ପ୍ ଭାରତକୁ ଆମେରିକାର ସାମରିକ କ୍ରୟ ବୃଦ୍ଧି କଥା କହିଛନ୍ତି। ଆମେରିକା ଭାରତକୁ ଏଫ୍-୩୫ ଲଢ଼ୁଆ ବିମାନ ବିକ୍ରି କରିବ ବୋଲି ଟ୍ରମ୍ପ୍ ଘୋଷଣା କରିଛନ୍ତି। ଆମେରିକା ଏବଂ ଏହାର ସହଯୋଗୀ ରାଷ୍ଟ୍ର ପାଇଁ ଲକହିଡ ମାର୍ଟିନ ଦ୍ବାରା ବିକଶିତ ହୋଇଥିବା ଏଫ୍-୩୫ ବିଶ୍ବର ସବୁଠାରୁ ଅତ୍ୟାଧୁନିକ ଲଢ଼ୁଆ ବିମାନ। ଏହି ବିମାନ ଗୁଡ଼ିକ ଅତି ତୀକ୍ଷ୍ଣ ଗତିରେ ବିନା ଚିହ୍ନଟରେ ପରିଚାଳିତ ହୋଇପାରିବ। ଏବେ ଏହି ବିମାନ ୩ ପ୍ରକାର ଆସୁଛି । ସେଗୁଡ଼ିକ ହେଉଛି କନଭେନସନାଲ ଟେକଅଫ୍ ଏବଂ ଲ୍ୟାଣ୍ଡିଂ ପାଇଁ ଏଫ୍-୩୫ଏ, ସର୍ଟ ଟେକ୍ଅଫ୍ ଏବଂ ଭର୍ଟିକାଲ ଲ୍ୟାଣ୍ଡିଂ ପାଇଁ ଏଫ୍-୩୫ବି ଏବଂ ଏଫ୍-୩୫ସି ଆମେରିକା ନୌସେନା ପାଇଁ ନିର୍ମାଣ ହୋଇଛି। ତେବେ ଏଫ୍-୩୫ ଅତ୍ୟଧିକ ଦାମୀ। ଗୋଟିଏ ଏଫ୍-୩୫ର ମୂଲ୍ୟ ପାଖାପାଖି ୮୦ ନିୟୁତ ଡଲାର (୬୯୫କୋଟି) ହୋଇଥିବାବେଳେ ଗୋଟିଏ ଏଫ୍-୩୫ବିର ମୂଲ୍ୟ ୧୧୫ ନିୟୁତ ଡଲାର ( ୧୦,୦୦୫ କୋଟି) ଏବଂ ଏଫ୍-୩୫ସିର ମୂଲ୍ୟ ୧୧୦ ନିୟୁତ ଡଲାର (୯,୬୨୨ କୋଟି)। ଏହି ବିମାନର ପରିଚାଳନା ଖର୍ଚ୍ଚ ମଧ୍ୟ ବହୁତ ଅଧିକ। ଘଣ୍ଟାଏ ଉଡ଼ାଣ ପାଇଁ ପ୍ରତି ଏଫ୍-୩୫ ପାଇଁ ପାଖାପାଖି ୩୬,୦୦୦ ଡଲାର (୩୧ ଲକ୍ଷ) ଖର୍ଚ୍ଚ କରିବାକୁ ପଡ଼ୁଛି। ତେବେ ଏଫ୍-୩୫ ଲଢ଼ୁଆ ବିମାନ ଭାରତକୁ ବିକ୍ରି କରିବା ନେଇ ଟ୍ରମ୍ପ୍ କରିଥିବା ଘୋଷଣା ଭାରତ ପାଇଁ ଏକ ବଡ଼ ବିଜୟ। ଏହା ଭାରତୀୟ ବାୟୁସେନାର ଶକ୍ତି ବଢ଼ାଇବ ଏବଂ ଚୀନ୍ ଓ ପାକିସ୍ତାନ ପଟୁ ଆସୁଥିବା ବିପଦର ମୁକାବିଲା କରିବା ଦିଗରେ ଭାରତକୁ ସହଯୋଗ କରିବ। ଚୀନ୍ ଆକାଶରେ ଜେ-୩୫ଏ ଥିବାରୁ ଭାରତ ପାଖରେ ଏଫ୍-୩୫ ରହିବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ।




