ପ୍ରଖ୍ୟାତ ସାମ୍ବାଦିକ, ଚଳଚ୍ଚିତ୍ର ନିର୍ମାତା ପ୍ରୀତିଶ ନନ୍ଦୀଙ୍କ ପରଲୋକ

ମୁମ୍ବାଇ: ପ୍ରଖ୍ୟାତ କବି, ଫିଲ୍ମନିର୍ମାତା, ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରୀତିଶ ନନ୍ଦୀଙ୍କର ଆଜି ୭୩ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ଘଟିଛି। ପ୍ରୀତିଶଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ନନ୍ଦୀଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମ୍‌ରେ ନନ୍ଦୀଙ୍କ ମୃତ୍ୟୁ ଖବର ପୋଷ୍ଟ୍‌ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। […]

Samaya Live Picture
Published On

ମୁମ୍ବାଇ: ପ୍ରଖ୍ୟାତ କବି, ଫିଲ୍ମନିର୍ମାତା, ସାମ୍ବାଦିକ ତଥା ପୂର୍ବତନ ସାଂସଦ ପ୍ରୀତିଶ ନନ୍ଦୀଙ୍କର ଆଜି ୭୩ ବର୍ଷ ବୟସରେ ମୁମ୍ବାଇ ସ୍ଥିତ ବାସଭବନରେ ପରଲୋକ ଘଟିଛି। ପ୍ରୀତିଶଙ୍କ ହୃଦ୍‌ଘାତରେ ମୃତ୍ୟୁ ହୋଇଛି। ନନ୍ଦୀଙ୍କର ଜଣେ ଘନିଷ୍ଠ ବନ୍ଧୁ ତଥା ଅଭିନେତା ଅନୁପମ ଖେର ଇନଷ୍ଟାଗ୍ରାମ୍‌ରେ ନନ୍ଦୀଙ୍କ ମୃତ୍ୟୁ ଖବର ପୋଷ୍ଟ୍‌ କରି ଗଭୀର ଶୋକବ୍ୟକ୍ତ କରିଛନ୍ତି। ଜଣେ ସାମ୍ବାଦିକ, କବି, ଫିଲ୍ମ ପ୍ରଯୋଜକ ଏବଂ ପୂର୍ବତନ ରାଜ୍ୟସଭା ସଦସ୍ୟ ଭାବେ ତାଙ୍କର ଅନେକ ବଳିଷ୍ଠ ଅବଦାନ ରହିଛି। ନନ୍ଦୀ ତାଙ୍କ ସାମ୍ବାଦିକତା ଜୀବନରେ ‘ଟାଇମ୍ସ ଅଫ୍‌ ଇଣ୍ଡିଆ’ର ପ୍ରକାଶନ ନିର୍ଦ୍ଦେଶକ ଏବଂ ‘ଦ ଇଲଷ୍ଟ୍ରେଟେଡ୍‌ ୱିକ୍‌ଲି ଅଫ୍‌ ଇଣ୍ଡିଆ’ର ସମ୍ପାଦକ ଥିଲେ। ନନ୍ଦୀ ଫିଲ୍ମ ପ୍ରଯୋଜକ ଭାବେ ମଧ୍ୟ ବେଶ୍‌ ସୁଖ୍ୟାତି ଅର୍ଜନ କରିଛନ୍ତି। ସେ ‘ପ୍ରୀତିଶ ନନ୍ଦୀ କମ୍ୟୁନିକେସନ୍ସ’ ପ୍ରତିଷ୍ଠା କରିଥିଲେ ଏବଂ ଏହା ଅଧୀନରେ ସୁର୍‌, କାଣ୍ଟେ, ଝଙ୍କାର ବିଟ୍‌ସ, ଚମେଲି, ହଜାରୋଁ ଖ୍ବାହିଶେଁ ଐସି, ପ୍ୟାର କେ ସାଇଡ୍‌ ଇଫେକ୍ଟସ ଭଳି କେତେକ ପ୍ରସିଦ୍ଧ ଫିଲ୍ମର‌ ସେ ପ୍ରଯୋଜନା କରିଛନ୍ତି। ପ୍ରୀତିଶଙ୍କର ୨ ଝିଅ ରଙ୍ଗିତା ପ୍ରୀତିଶ ନନ୍ଦୀ, ଈଶିତା ପ୍ରୀତିଶ ନନ୍ଦୀ ଏବଂ ପୁଅ କୁଶନ ନନ୍ଦୀ ଅଛନ୍ତି।

Tags: