ପ୍ରଖ୍ୟାତ ଗୀତିକାର ଦେବ କୋହଲିଙ୍କର ୮୧ ବର୍ଷ ବୟସରେ ପରଲୋକ

ମୁମ୍ବାଇ: ବିଶିଷ୍ଟ ଗୀତିକାର ତଥା କବି ଦେବ କୋହଲିଙ୍କର ଶନିବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ଦେବ କୋହଲିଙ୍କ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଥିବା ଦେବ କୋହଲିଙ୍କ ବାସଭବନରେ ଅନ୍ତିମ ଦର୍ଶନ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟାରେ ଯୋଗେଶ୍ୱରୀ ୱେଷ୍ଟସ୍ଥିତ ଓଶିୱାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆନନ୍ଦ ରାଜ ଆନନ୍ଦ, ଅନୁ ମଲ୍ଲିକ, ଉତ୍ତମ ସିଂ ଏବଂ ଚଳଚ୍ଚିତ୍ର ଜଗତର ଅନ୍ୟମାନେ ଉପସ୍ଥିତ […]

Samaya Live Picture
Published On

ମୁମ୍ବାଇ: ବିଶିଷ୍ଟ ଗୀତିକାର ତଥା କବି ଦେବ କୋହଲିଙ୍କର ଶନିବାର ମୁମ୍ବାଇରେ ପରଲୋକ ହୋଇଯାଇଛି। ଦେବ କୋହଲିଙ୍କ ମୁଖପାତ୍ର ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି। ରିପୋର୍ଟ ଅନୁଯାୟୀ, ମୁମ୍ବାଇର ଲୋଖଣ୍ଡୱାଲା କମ୍ପ୍ଲେକ୍ସରେ ଥିବା ଦେବ କୋହଲିଙ୍କ ବାସଭବନରେ ଅନ୍ତିମ ଦର୍ଶନ ଅପରାହ୍ଣ ୨ଟାରୁ ଆରମ୍ଭ ହେବ। ସନ୍ଧ୍ୟା ୬ଟାରେ ଯୋଗେଶ୍ୱରୀ ୱେଷ୍ଟସ୍ଥିତ ଓଶିୱାରା ଶ୍ମଶାନରେ ତାଙ୍କର ଅନ୍ତିମ ସଂସ୍କାର କରାଯିବ। ଆନନ୍ଦ ରାଜ ଆନନ୍ଦ, ଅନୁ ମଲ୍ଲିକ, ଉତ୍ତମ ସିଂ ଏବଂ ଚଳଚ୍ଚିତ୍ର ଜଗତର ଅନ୍ୟମାନେ ଉପସ୍ଥିତ ରହି ତାଙ୍କୁ ଶେଷ ଦର୍ଶନ କରିବେ। ମୃତ୍ୟୁ ବେଳକୁ ଦେବ କୋହଲିଙ୍କୁ ୮୧ ବର୍ଷ ହୋଇଥିଲା। ଦେବ କୋହଲିଙ୍କ ମୁଖପାତ୍ର କହିଛନ୍ତି, କୋହଲିଜୀ ଗତ କିଛି ମାସ ହେବ କୋକିଲାବେନ୍ ଅମ୍ବାନୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ, ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍ ନଥିଲା ଏବଂ ଶନିବାର ସକାଳେ ଶୋଇଥିବା ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଦେବ କୋହଲି ବାଜିଗର, ହମ୍ ଆପକେ ହୈ କୌନ, ମୈନେ ପ୍ୟାର୍ କିଆ, ସୁଟ୍‌ ଆଉଟ୍ ଆଟ୍ ଲୋଖଣ୍ଡୱାଲା ଭଳି ବଲିଉଡ୍ ଚଳଚ୍ଚିତ୍ର ପାଇଁ ଶତାଧିକ ଗୀତ ଲେଖିଥିଲେ। ସେ ଶେଷ ଥର ପାଇଁ କଙ୍ଗନା ରାଣାୱତଙ୍କ ଅଭିନୀତ ରଜ୍ଜୋ ପାଇଁ ଗୀତ ଲେଖିଥିଲେ, ଯାହାକୁ ଉତ୍ତମ ସିଂହ ସ୍ବରସଂଯୋଜନା କରିଥିଲେ। ଦେବ କୋହଲି ୧୯୪୨ ମସିହା ନଭେମ୍ବର ୨ ତାରିଖରେ ପାକିସ୍ତାନର ରାଵଲପିଣ୍ଡିରେ ଜନ୍ମଗ୍ରହଣ କରିଥିଲେ ଏବଂ ୧୯୪୯ମସିହାରେ ଦିଲ୍ଲୀରୁ ଡେରାଡୁନ ସ୍ଥାନାନ୍ତରିତ ହେବା ପରେ ସେଠାରେ ତାଙ୍କର ପିଲାଦିନ ବିତାଇଥିଲେ।

Tags: