ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କଲେ ମୋଦୀ
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୟାଡ୍ (ଶିରୋମଣି ଅକାଳି ଦଳ) ପୂରୋଧା ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ମୋଦୀ ଆଜି ଅପରାହ୍ନ ୧୨ଟାରେ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ଚଣ୍ଡିଗଡ଼ ସ୍ଥିତ ସ୍ୟାଡ୍ ପାର୍ଟି ଅଫିସ ଯାଇ ମୋଦୀ ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ମୋଦୀ କହିଛନ୍ତି , ପ୍ରକାଶ ସିଂହ ବାଦଲଙ୍କ ନିଧନ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ପ୍ରକାଶ ସିଂହ ବାଦଲଙ୍କୁ ସମ୍ମାନ ଜଣାଇ […]
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ସ୍ୟାଡ୍ (ଶିରୋମଣି ଅକାଳି ଦଳ) ପୂରୋଧା ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ମୋଦୀ ଆଜି ଅପରାହ୍ନ ୧୨ଟାରେ ଚଣ୍ଡିଗଡ଼ରେ ପହଞ୍ଚିଥିଲେ। ଚଣ୍ଡିଗଡ଼ ସ୍ଥିତ ସ୍ୟାଡ୍ ପାର୍ଟି ଅଫିସ ଯାଇ ମୋଦୀ ପ୍ରକାଶ ସିଂହ ବାଦଲଙ୍କୁ ଶେଷ ସମ୍ମାନ ଜ୍ଞାପନ କରିଛନ୍ତି। ମୋଦୀ କହିଛନ୍ତି , ପ୍ରକାଶ ସିଂହ ବାଦଲଙ୍କ ନିଧନ ମୋ ପାଇଁ ଏକ ବ୍ୟକ୍ତିଗତ କ୍ଷତି। ପ୍ରକାଶ ସିଂହ ବାଦଲଙ୍କୁ ସମ୍ମାନ ଜଣାଇ କେନ୍ଦ୍ର ସରକାର ଆଜି ୨ ଦିନିଆ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛନ୍ତି। ଏପ୍ରିଲ ୨୬ ଏବଂ ୨୭ ତାରିଖରେ ରାଷ୍ଟ୍ରୀୟ ଶୋକ ପାଳନ ହେବ। ଏହି ସମୟରେ ସମସ୍ତ ସରକାରୀ ଭବନ ଗୁଡ଼ିକରେ ଜାତୀୟ ପତାକା ଅର୍ଦ୍ଧନମିତ ହେବ। ୨ ଦିନ ଧରି କୌଣସି ସରକାରୀ ମନୋରଂଜନ କାର୍ଯ୍ୟକ୍ରମ ହେବନାହିଁ। ଆସନ୍ତାକାଲି ପ୍ରକାଶ ସିଂହ ବାଦଲଙ୍କ ପୈତୃକ ଗ୍ରାମରେ ତାଙ୍କ ଶେଷ ସଂସ୍କାର ସମ୍ପନ୍ନ କରାଯିବ।




