ପ୍ରକାଶ ପାଇଲା ସିବିଏସ୍ଇ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ
ନୂଆଦିଲ୍ଲୀ : ସିବିଏସ୍ଇ (ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଜି ସକାଳ ୧୦.୪୫ ସମୟରେ ପରୀକ୍ଷା ଫଳ ଘୋଷଣା ହୋଇଛି। ସିବିଏସ୍ଇ ୱେବସାଇଟ୍ ସିବିଏସ୍ଇ.ଜିଓଭି.ଇନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଚେକ୍ କରିପାରିବେ। ଚଳିତବର୍ଷ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମ୍ ରହିଛି। ଗତବର୍ଷ ପାସ୍ ହାର ୯୨.୭୧ ପ୍ରତିଶତ ଥିଲା । ଛାତ୍ରମାନଙ୍କ ଅପେକ୍ଷା […]
ନୂଆଦିଲ୍ଲୀ : ସିବିଏସ୍ଇ (ସେଣ୍ଟ୍ରାଲ ବୋର୍ଡ ଅଫ ସେକେଣ୍ଡାରି ଏଜୁକେସନ) ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି। ଆଜି ସକାଳ ୧୦.୪୫ ସମୟରେ ପରୀକ୍ଷା ଫଳ ଘୋଷଣା ହୋଇଛି। ସିବିଏସ୍ଇ ୱେବସାଇଟ୍ ସିବିଏସ୍ଇ.ଜିଓଭି.ଇନରେ ଛାତ୍ରଛାତ୍ରୀମାନେ ସେମାନଙ୍କ ପରୀକ୍ଷା ଫଳ ଚେକ୍ କରିପାରିବେ। ଚଳିତବର୍ଷ ପାସ୍ ହାର ୮୭.୩୩ ପ୍ରତିଶତ ରହିଛି। ଗତବର୍ଷ ତୁଳନାରେ ଚଳିତ ବର୍ଷ ପାସ୍ ହାର କମ୍ ରହିଛି। ଗତବର୍ଷ ପାସ୍ ହାର ୯୨.୭୧ ପ୍ରତିଶତ ଥିଲା । ଛାତ୍ରମାନଙ୍କ ଅପେକ୍ଷା ଚଳିତବର୍ଷ ଛାତ୍ରୀମାନେ ପରୀକ୍ଷାରେ ଅଧିକ ଭଲ କରିଛନ୍ତି। ଉଲ୍ଲେଖଯୋଗ୍ୟ ଯେ ଗତବର୍ଷ ସିବିଏସ୍ଇ ଦଶମ ଏବଂ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ସମାନ ଦିନ ଘୋଷଣା ହୋଇଥିଲା। କିନ୍ତୁ ଚଳିତ ବର୍ଷ ସିବିଏସ୍ଇ ପୃଥକ୍ ଭାବେ ଦ୍ବାଦଶ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ତିରୁଅନନ୍ତପୁରମରେ ପାସ୍ ହାର ସବୁଠାରୁ ଅଧିକ ରହିଛି। ତିରୁଅନନ୍ତପୁରମରେ ପାସ୍ ହାର ୯୯.୯୧ ପ୍ରତିଶତ। ଅନ୍ୟପକ୍ଷେ ୭୮.୦୫ ପ୍ରତିଶତ ସହ ପ୍ରୟାଗରାଜ ପାସ୍ ହାର ସବୁଠାରୁ କମ୍ ରହିଛି।




