ପୋପ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ

ଭାଟିକାନ୍ ସିଟି : ପୋପ୍ ଫ୍ରାନ୍ସିସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟାଳୟ ଭାଟିକାନ୍ ଅନୁଯାୟୀ ପୋପ୍‌ଙ୍କ ରକ୍ତ ପରୀକ୍ଷା ରିପୋର୍ଟରେ କିଡ୍‌ନି ଫେଲ୍ ହେବାର ଲକ୍ଷଣ ଦେଖିବାକୁ ମିଳିଛି। ଏଥିସହ ପ୍ଲେଟଲେଟ୍‌ ମଧ୍ୟ ଅତ୍ୟଧିକ କମିଯାଇଛି। ଭାଟିକାନ୍ ପ୍ରେସ୍ ଅଫିସ୍ କହିଛି ଯେ ପୋପ୍ ଶନିବାର ରାତିରୁ ଆଜ୍‌ମାର ଶିକାର ହୋଇ ନ ଥିଲେ, ତଥାପି ତାଙ୍କୁ ଅଧିକ ଅମ୍ଳଜାନ ଦିଆଯାଉଛି। ସାରା ବିଶ୍ବରେ ପୋପ୍ ଫ୍ରାନ୍ସିସଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଉଛି। ୮୮ […]

ପୋପ୍‌ଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟାପନ୍ନ
Samaya Live Picture
Published On

ଭାଟିକାନ୍ ସିଟି : ପୋପ୍ ଫ୍ରାନ୍ସିସଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। କ୍ୟାଥୋଲିକ ଚର୍ଚ୍ଚର ମୁଖ୍ୟାଳୟ ଭାଟିକାନ୍ ଅନୁଯାୟୀ ପୋପ୍‌ଙ୍କ ରକ୍ତ ପରୀକ୍ଷା ରିପୋର୍ଟରେ କିଡ୍‌ନି ଫେଲ୍ ହେବାର ଲକ୍ଷଣ ଦେଖିବାକୁ ମିଳିଛି। ଏଥିସହ ପ୍ଲେଟଲେଟ୍‌ ମଧ୍ୟ ଅତ୍ୟଧିକ କମିଯାଇଛି। ଭାଟିକାନ୍ ପ୍ରେସ୍ ଅଫିସ୍ କହିଛି ଯେ ପୋପ୍ ଶନିବାର ରାତିରୁ ଆଜ୍‌ମାର ଶିକାର ହୋଇ ନ ଥିଲେ, ତଥାପି ତାଙ୍କୁ ଅଧିକ ଅମ୍ଳଜାନ ଦିଆଯାଉଛି। ସାରା ବିଶ୍ବରେ ପୋପ୍ ଫ୍ରାନ୍ସିସଙ୍କ ଆରୋଗ୍ୟ ପାଇଁ ପ୍ରାର୍ଥନା କରାଯାଉଛି।
୮୮ ବର୍ଷୀୟ ପୋପ୍ ଫ୍ରାନ୍ସିସ୍‌ଙ୍କୁ ଫୁସଫୁସ୍ ସଂକ୍ରମଣ କାରଣରୁ ଫେବ୍ରୁଆରି ୧୪ରେ ରୋମ୍‌ର ଜେମେଲି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ସେ ନିମୋନିଆ ଓ ରକ୍ତହୀନତା ପାଇଁ ମଧ୍ୟ ଚିକିତ୍ସିତ ହେଉଛନ୍ତି। ଫେବ୍ରୁଆରି ୨୧ରେ ଡାକ୍ତର ତାଙ୍କୁ ବିପଦମୁକ୍ତ ଘୋଷଣା କରିବା ସହ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସୁଥିବା କହିଥିଲେ। ପରଦିନ ଆଜ୍‌ମା ଆକ୍ରମଣ ପରେ ପୋପ୍‌ଙ୍କ ଅବସ୍ଥା ସଙ୍କଟାପନ୍ନ ହୋଇପଡ଼ିଥିଲା। ଆଜି ମଧ୍ୟ ତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ସାମାନ୍ୟ ସୁଦ୍ଧାର ଆସିଥିବା ଡାକ୍ତରମାନେ କହିଛନ୍ତି।

Tags: