ପେଶାୱାରରେ ଗୁଳିମାଡ଼ ହୋଇ ୫ ମୃତ
ପେଶାୱାର : ପାକିସ୍ତାନର ପେଶାୱାର ତେହକାଲ୍ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ଜଣଙ୍କ ମୃତ୍ୟୁ ଘଟିଛି। ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଏସ୍ପି କାଶିଫ୍ ଜୁଲ୍ଫିକାର୍ କହିଛନ୍ତି, ସମ୍ପତ୍ତି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ସୂଚନା ପାଇ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୁଲିସକୁ ଦେଖି ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ୱାର୍ସାକ୍ ଏସ୍ପି ମୁଖ୍ତିଆର୍ ଖାନ୍ କହିଛନ୍ତି, ଗୋଟିଏ […]
ପେଶାୱାର : ପାକିସ୍ତାନର ପେଶାୱାର ତେହକାଲ୍ ଅଞ୍ଚଳରେ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ୫ଜଣଙ୍କ ମୃତ୍ୟୁ ଘଟିଛି। ୬ଜଣଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି।
ଏସ୍ପି କାଶିଫ୍ ଜୁଲ୍ଫିକାର୍ କହିଛନ୍ତି, ସମ୍ପତ୍ତି ବିବାଦ ଓ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଦୁଇ ଗୋଷ୍ଠୀ ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ସୂଚନା ପାଇ ସଶସ୍ତ୍ର ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ତେବେ ପୁଲିସକୁ ଦେଖି ଅନ୍ୟମାନେ ଫେରାର୍ ହୋଇଯାଇଥିଲେ। ୱାର୍ସାକ୍ ଏସ୍ପି ମୁଖ୍ତିଆର୍ ଖାନ୍ କହିଛନ୍ତି, ଗୋଟିଏ ଗୋଷ୍ଠୀ ବିବାହ ଉତ୍ସବରେ ଯୋଗ ଦେଇ ଫେରୁଥିଲେ। ଏକ ପୋଲ ନିକଟରେ ବିପକ୍ଷଗୋଷ୍ଠୀର ଲୋକମାନେ ଜଗି ରହିଥିଲେ। ମୁହାଁମୁହିଁ ହେବାକ୍ଷଣି ପରସ୍ପର ଉପରକୁ ଗୁଳିମାଡ଼ କରିଥିଲେ। ଏଥିରେ ୫ଜଣଙ୍କ ମୃତ୍ୟୁ ହୋଇଛି।




