ପେପର୍ ଲିକ୍ ଘଟଣାକୁ ନେଇ ରାଜନୀତି କରାନଯାଉ : ରାଷ୍ଟ୍ରପତି
ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନର ମିଳିତ ଅଧିବେଶନକୁ ଉଦବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ଏହି ସମ୍ବେଦନଶୀଳ ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା। ନିଟ୍-ୟୁଜି ପେପର ଲିକ୍ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି। ଦୋଷୀଙ୍କୁ କଠୋରରୁ […]
ନୂଆଦିଲ୍ଲୀ : ନିଟ୍-ୟୁଜି ପରୀକ୍ଷାକୁ ନେଇ ଚାଲିଥିବା ବିବାଦ ଉପରେ ପ୍ରତିକ୍ରିୟା ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆଜି ସଂସଦ ଭବନର ମିଳିତ ଅଧିବେଶନକୁ ଉଦବୋଧନ ଦେଇ ରାଷ୍ଟ୍ରପତି ମୁର୍ମୁ ଏହି ସମ୍ବେଦନଶୀଳ ବିଷୟ ପ୍ରତି ଗୁରୁତ୍ୱାରୋପ କରିଛନ୍ତି । ରାଷ୍ଟ୍ରପତି କହିଛନ୍ତି ନିଟ୍ ପରୀକ୍ଷାରେ ଅନିୟମିତତା ହୋଇଥିବା ଅଭିଯୋଗ ଆସିଛି। ପୂର୍ବରୁ ମଧ୍ୟ ବିଭିନ୍ନ ରାଜ୍ୟରେ ପେପର ଲିକ୍ ଖବର ସାମ୍ନାକୁ ଆସିଥିଲା। ନିଟ୍-ୟୁଜି ପେପର ଲିକ୍ ଉପରେ ନିରପେକ୍ଷ ଯାଞ୍ଚ ଚାଲିଛି। ଦୋଷୀଙ୍କୁ କଠୋରରୁ କଠୋର ଦଣ୍ଡ ଦେବାକୁ ଆମ ସରକାର ପ୍ରତିବଦ୍ଧ। ପେପର ଲିକ୍ ରୋକିବାକୁ ଆମ ସରକାର କଡ଼ା ଆଇନ ଆଣିଛନ୍ତି। ପରୀକ୍ଷା ପରିଚାଳନାରେ ଜଡ଼ିତ ସଂସ୍ଥାରେ ସଂସ୍କାର ପାଇଁ ଉଦ୍ୟମ କରାଯାଉଛି। ଏଥିପାଇଁ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ରହି ପଦକ୍ଷେପ ନେବା ଉଚିତ୍ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି।




