ପେଜର ଆକ୍ରମଣ ପରେ ଇସ୍ରାଏଲ୍କୁ ଦଣ୍ଡିତ କରିବାକୁ ଧମକ ଦେଲା ହେଜବୁଲ୍ଲା
ତେଲ ଅବିବ: ଇରାନ-ସମର୍ଥିତ ହେଜବୁଲ୍ଲା ଲେବାନନରେ ପେଜର ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରି ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି। ହେଜବୁଲ୍ଲାର ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଏହାର ଅତି କମ୍ରେ ଦୁଇ ଜଣ ଯୋଦ୍ଧା ଓ ଜଣେ ଯୁବତୀ ଅଛନ୍ତି। ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ ଆବିୟାଦ କହିଛନ୍ତି ଯେ ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ ଗୁରୁତର ଅଛନ୍ତି ଏବଂ ଅଧିକାଂଶଙ୍କ ମୁହଁ, ହାତ ଓ ପେଟରେ […]
ତେଲ ଅବିବ: ଇରାନ-ସମର୍ଥିତ ହେଜବୁଲ୍ଲା ଲେବାନନରେ ପେଜର ବିସ୍ଫୋରଣ ପାଇଁ ଇସ୍ରାଏଲକୁ ଦାୟୀ କରି ଏହାର ପ୍ରତିଶୋଧ ନେବାକୁ ଧମକ ଦେଇଛି। ହେଜବୁଲ୍ଲାର ସୂଚନା ଅନୁସାରେ, ମୃତକଙ୍କ ମଧ୍ୟରେ ଏହାର ଅତି କମ୍ରେ ଦୁଇ ଜଣ ଯୋଦ୍ଧା ଓ ଜଣେ ଯୁବତୀ ଅଛନ୍ତି। ଲେବାନନର ସ୍ୱାସ୍ଥ୍ୟମନ୍ତ୍ରୀ ଫିରାସ ଆବିୟାଦ କହିଛନ୍ତି ଯେ ପ୍ରାୟ ୨୮୦୦ ଲୋକ ଆହତ ହୋଇଛନ୍ତି, ସେମାନଙ୍କ ମଧ୍ୟରୁ ପ୍ରାୟ ୨୦୦ ଜଣ ଗୁରୁତର ଅଛନ୍ତି ଏବଂ ଅଧିକାଂଶଙ୍କ ମୁହଁ, ହାତ ଓ ପେଟରେ ଆଘାତ ଲାଗିଛି। ମିଡିଆ ରିପୋର୍ଟ ଅନୁଯାୟୀ, ବେରୁତରେ ଥିବା ଇରାନର ରାଷ୍ଟ୍ରଦୂତ ପେଜର ବିସ୍ଫୋରଣରେ ଆହତ ହୋଇଥିଲେ ମଧ୍ୟ ତାଙ୍କ ଆଘାତ ଗୁରୁତର ନ ଥିଲା। ଲେବାନନ ପେଜର ଆମଦାନି କରିବା ପୂର୍ବରୁ ଇସ୍ରାଏଲ ତାଇୱାନ ନିର୍ମିତ ଗୋଲ୍ଡ ଆପୋଲୋ ପେଜରରେ ବିସ୍ଫୋରକ ସାମଗ୍ରୀ ଲୁଚାଇ ରଖିଥିଲା। ବ୍ୟାଟେରି ପାଖରେ ଏକ ସୁଇଚ୍ ଲଗାଯାଇଥିଲା ଯାହାକୁ ବିସ୍ଫୋରଣ କରିବା ପାଇଁ ରିମୋଟ୍ରେ ଟ୍ରିଗର୍ କରାଯାଇପାରିବ। ତେବେ ଗୋଲ୍ଡ ଆପୋଲୋ କହିଛି ଯେ ସେମାନେ ଏହି ପେଜର ତିଆରି କରିନାହାନ୍ତି ଏବଂ ଏହାକୁ ୟୁରୋପର ଏକ କମ୍ପାନୀ ଦ୍ୱାରା ତିଆରି କରାଯାଇଛି ଯାହାର ତାଇୱାନ କମ୍ପାନୀର ବ୍ରାଣ୍ଡ ବ୍ୟବହାର କରିବାର ଅଧିକାର ରହିଛି। ହେଜବୁଲ୍ଲା କହିଛି ଯେ ଏହି ଆପରାଧିକ ଆକ୍ରମଣ ପାଇଁ ଇସ୍ରାଏଲ ସମ୍ପୂର୍ଣ୍ଣ ଭାବେ ଦାୟୀ। ଇସ୍ରାଏଲ ନିଶ୍ଚିତ ଭାବରେ ଏହି ଆକ୍ରମଣ ପାଇଁ ସମୁଚିତ ଦଣ୍ଡ ପାଇବ। ଇସ୍ରାଏଲର ସର୍ବୋଚ୍ଚ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ତଥା ଘନିଷ୍ଠ ସହଯୋଗୀ ଆମେରିକା କହିଛି ଯେ ସେ ଏଥିରେ ସମ୍ପୃକ୍ତ ନୁହଁ ଏବଂ ଘଟଣା ବିଷୟରେ ଆଗରୁ ଜାଣି ନ ଥିଲା।




