ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଅଗ୍ରସର ହେଲା ଚନ୍ଦ୍ରଯାନ-୩
ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମସିନ ଚନ୍ଦଯାନ-୩ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବା ଆରମ୍ଭ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସ୍ପଷ୍ଟ କରିଛି ଯେ, ଅଗଷ୍ଟ ପହିଲା ମଧ୍ୟରାତ୍ରରେ ଚନ୍ଦ୍ରଯାନ-୩ ସଫଳତାର ସହ ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ମହାକାଶକୁ ଛଡ଼ାଯାଇଥିଲା। ଏଥିରେ ଚନ୍ଦ୍ରଯାନ-୨ ପରି ବିକ୍ରମ ନାମକ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ନାମକ ଏକ ରୋଭର […]
ବେଙ୍ଗାଲୁରୁ: ଭାରତର ତୃତୀୟ ଚନ୍ଦ୍ର ମସିନ ଚନ୍ଦଯାନ-୩ ପୃଥିବୀ କକ୍ଷ ଛାଡ଼ି ଚନ୍ଦ୍ର ଅଭିମୁଖେ ଅଗ୍ରସର ହେବା ଆରମ୍ଭ କରିଛି। ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ) ସ୍ପଷ୍ଟ କରିଛି ଯେ, ଅଗଷ୍ଟ ପହିଲା ମଧ୍ୟରାତ୍ରରେ ଚନ୍ଦ୍ରଯାନ-୩ ସଫଳତାର ସହ ପୃଥିବୀ କକ୍ଷରୁ ବାହାରି ଚନ୍ଦ୍ର ଅଭିମୁଖେ ଯାତ୍ରା ଆରମ୍ଭ କରିଛି। ଗତ ଜୁଲାଇ ୧୪ ତାରିଖରେ ଚନ୍ଦ୍ରଯାନ-୩ ମହାକାଶକୁ ଛଡ଼ାଯାଇଥିଲା। ଏଥିରେ ଚନ୍ଦ୍ରଯାନ-୨ ପରି ବିକ୍ରମ ନାମକ ଲ୍ୟାଣ୍ଡର ଏବଂ ପ୍ରଜ୍ଞା ନାମକ ଏକ ରୋଭର ଅଛି। ତେବେ ଚନ୍ଦ୍ରଯାନ-୨ ପରି ଏଥିରେ କୌଣସି ଅର୍ବିଟର ନାହିଁ। ତା’ ବଦଳରେ ଏହାର ପ୍ରପଲ୍ସନ ମଡ୍ୟୁଲ୍ ଏକ ଯୋଗାଯୋଗ ରିଲେ ସାଟେଲାଇଟ୍ ପରି କାମ କରିବ, ଯେଉଁଥିରେ ଲ୍ୟାଣ୍ଡର-ରୋଭର ପେଲୋଡ୍ ରହିଛି।
ଟ୍ରାନ୍ସ-ଲୁନାର ଇଞ୍ଜେକ୍ସନ (ଟିଏଲ୍ଆଇ) ପରେ ମହାକାଶ ଯାନଟି ପୃଥିବୀ କକ୍ଷ ଛାଡ଼ି କ୍ରମଶଃ ଚନ୍ଦ୍ରର ନିକଟତର ହେବାରେ ଲାଗିଛି। ଏହି ମାନିଉଭର ପରେ ମହାକାଶଯାନକୁ ‘ଲୁନାର ଟ୍ରାନ୍ସଫର ଟ୍ରାଜେକ୍ଟୋରି’ରେ ସ୍ଥାପନ କରାଯାଇଛି। ଅର୍ଥାତ୍ ଏହାର ଚନ୍ଦ୍ର ଆଡ଼କୁ ଗତି ଆରମ୍ଭ ହୋଇଛି। ପରବର୍ତ୍ତୀ ଗୁରୁତ୍ବପୂର୍ଣ୍ଣ ପର୍ଯ୍ୟାୟ ହେଉଛି ଲୁନାର ଅର୍ବିଟ ଇନ୍ସର୍ସନ (ଏଲ୍ଓଆଇ)। ଅଗଷ୍ଟ ୫ରେ ଏହା ହେବ। ଏହାପରେ ଏହାର ଚନ୍ଦ୍ର-କେନ୍ଦ୍ରିକ ପର୍ଯ୍ୟାୟ ଆରମ୍ଭ ହେବ। ମହାକାଶଯାନଟି ଚାରିଥର ଚନ୍ଦ୍ରକୁ ପରିକ୍ରମଣ କରିବ। ପ୍ରତ୍ୟେକ ପରବର୍ତ୍ତୀ ଲୁପ୍ ମାଧ୍ୟମରେ ଏହା କ୍ରମଶଃ ଚନ୍ଦ୍ରପୃଷ୍ଠର ନିକଟତର ହେବ।




