ପୂର୍ବ ସରକାରର ସମସ୍ତ ଯୋଜନା ଜାରି ରହିବ : ରାଜସ୍ଥାନ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ : ରାଜସ୍ଥାନରେ ପୂର୍ବତନ କଂଗ୍ରେସ ସରକାରର ସମସ୍ତ ଯୋଜନା ଜାରି ରହିବ। କୌଣସି ଗୋଟିଏ ବି ଯୋଜନା ବନ୍ଦ ହେବନାହିଁ ବୋଲି ନୂଆ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ତଥା ସୁଶାସନ ଦିବସ ଅବସରରେ ବିଜେପି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଜନ ଲାଲ୍ ଶର୍ମା ଆଜି ଏହା ଘୋଷଣା କରିଛନ୍ତି। ପୂର୍ବ ସରକାର ଦ୍ବାରା ଆରମ୍ଭ ହୋଇଥିବା ଜନ […]

Samaya Live Picture
Published On

ନୂଆଦିଲ୍ଲୀ : ରାଜସ୍ଥାନରେ ପୂର୍ବତନ କଂଗ୍ରେସ ସରକାରର ସମସ୍ତ ଯୋଜନା ଜାରି ରହିବ। କୌଣସି ଗୋଟିଏ ବି ଯୋଜନା ବନ୍ଦ ହେବନାହିଁ ବୋଲି ନୂଆ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନ ଲାଲ୍ ଶର୍ମା କହିଛନ୍ତି। ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜୟନ୍ତୀ ଉତ୍ସବ ତଥା ସୁଶାସନ ଦିବସ ଅବସରରେ ବିଜେପି ଦ୍ବାରା ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ଭଜନ ଲାଲ୍ ଶର୍ମା ଆଜି ଏହା ଘୋଷଣା କରିଛନ୍ତି। ପୂର୍ବ ସରକାର ଦ୍ବାରା ଆରମ୍ଭ ହୋଇଥିବା ଜନ କଲ୍ୟାଣ ଯୋଜନା ବିଜେପି ସରକାର ବନ୍ଦ କରିଦେବ ବୋଲି କଂଗ୍ରେସ ଅଭିଯୋଗ କରିଥିବାବେଳେ ଭଜନ ଲାଲ୍ ଶର୍ମା ଏହାର ଜବାବ ଦେଇ କହିଛନ୍ତି, କଂଗ୍ରେସ ଲୋକମାନେ କହୁଛନ୍ତି, ଆମ କାମ ଏବଂ ଆମ ଯୋଜନା। କିନ୍ତୁ ମୁଁ ଗୋଟିଏ କଥା କହିବାକୁ ଚାହୁଛୁ ଯେ ଆମେ କୌଣସି ଯୋଜନା ବନ୍ଦ କରିବୁ ନାହିଁ। ମୁଖ୍ୟମନ୍ତ୍ରୀ କହିଛନ୍ତି, ସରକାରୀ ହସ୍ପିଟାଲରେ ମାଗଣା ଔଷଧ ଉପଲବ୍ଧ ହେବା ଜାରି ରହିବ ଏବଂ ଆବଶ୍ୟକୀୟ ଔଷଧ ସଂଖ୍ୟା ମଧ୍ୟ ବୃଦ୍ଧି କରାଯିବ।

Tags: