ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ବସ୍-ଟେମ୍ବୋ ଧକ୍କା, ୪ ମୃତ
ଲକ୍ଷ୍ନୌ: ଏକ ଟେମ୍ପୋ ସହ ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁଘଟିଛି ଓ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଏସ୍ପି ଦୀନେଶ କୁମାରଙ୍କ ସୂଚନାନୁସାରେ, ବସ୍ଟି ଛତିଶଗଡ଼ରୁ ଅଯୋଧ୍ୟା ଯାଉଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ହଠାତ୍ ଏହାର ଇଂଜିନ୍ ବିଗିଡ଼ିଯାଇଥିଲା। ଫଳରେ ବସ୍ର ଚାଳକ ଓ ଅନ୍ୟମାନେ ରାସ୍ତାକଡ଼ରେ ରଖି ମରାମତି କରୁଥିଲେ। ଏହି ସମୟରେ ଅଯୋଧ୍ୟା ଯାଉଥିବା ଅନ୍ୟ ଏକ ଟେମ୍ପୋ ପଛପଟରୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏଭଳି ଥିଲା ଯେ ଟେମ୍ପୋଟି […]
ଲକ୍ଷ୍ନୌ: ଏକ ଟେମ୍ପୋ ସହ ଯାତ୍ରୀବାହୀ ବସ୍ ଧକ୍କା ହେବା ଫଳରେ ୪ଜଣଙ୍କ ମୃତ୍ୟୁଘଟିଛି ଓ ଅନେକ ଆହତ ହୋଇଛନ୍ତି। ସ୍ଥାନୀୟ ଏସ୍ପି ଦୀନେଶ କୁମାରଙ୍କ ସୂଚନାନୁସାରେ, ବସ୍ଟି ଛତିଶଗଡ଼ରୁ ଅଯୋଧ୍ୟା ଯାଉଥିଲା। ପୂର୍ବାଞ୍ଚଳ ଏକ୍ସପ୍ରେସ୍ୱେରେ ହଠାତ୍ ଏହାର ଇଂଜିନ୍ ବିଗିଡ଼ିଯାଇଥିଲା। ଫଳରେ ବସ୍ର ଚାଳକ ଓ ଅନ୍ୟମାନେ ରାସ୍ତାକଡ଼ରେ ରଖି ମରାମତି କରୁଥିଲେ। ଏହି ସମୟରେ ଅଯୋଧ୍ୟା ଯାଉଥିବା ଅନ୍ୟ ଏକ ଟେମ୍ପୋ ପଛପଟରୁ ଧକ୍କା ଦେଇଥିଲା। ଧକ୍କାର ତୀବ୍ରତା ଏଭଳି ଥିଲା ଯେ ଟେମ୍ପୋଟି ଚୂର୍ମାର ହୋଇଯାଇଥିଲା। ଘଟଣାସ୍ଥଳରେ ହିଁ ୩ଜଣଙ୍କ ମୃତ୍ୟୁ ଘଟିଥିଲା। ଗୁରୁତର ଅବସ୍ଥାରେ ହସ୍ପିଟାଲ୍କୁ ସ୍ଥାନାନ୍ତର କରିବା ବେଳେ ଅନ୍ୟଜଣଙ୍କ ମୃତ୍ୟୁଘଟିଛି। ଅନ୍ୟ ଆହତଙ୍କୁ ସ୍ଥାନୀୟ ମେଡିକାଲ୍ରେ ଭର୍ତ୍ତି କରାଯାଇଛି।




