ପୂର୍ବରୁ ଝିଅମାନେ ୧୭ ବର୍ଷ ବୟସରେ ମା’ ହେଉଥିଲେ : ଗୁଜରାଟ ହାଇକୋର୍ଟ

ଅହମଦାବାଦ : ପୂର୍ବ ସମୟରେ ଝିଅମାନେ ୧୪-୧୫ ବର୍ଷ ବୟସରେ ବିବାହ କରୁଥିଲେ ଏବଂ ୧୭ ବର୍ଷ ବୟସ ସୁଦ୍ଧା ମା’ ହୋଇଯାଉଥିଲେ । ଗୁଜରାଟ ହାଇକୋର୍ଟ ଆଜି ଜ‌ଣେ ନାବାଳିକାଙ୍କ ଗର୍ଭପାତ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ରଖିଛନ୍ତି। ନାବାଳିକା ହେଉଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ସେ ୭ ମାସର ଗର୍ଭବତୀ ହେବାପରେ ତାଙ୍କ ବାପା ଏସମ୍ପର୍କରେ ଜାଣିଥିଲେ। ଏହାପରେ ସେ ଝିଅର ବୟସ ଦୃଷ୍ଟିରୁ ତା’ର ଗର୍ଭନଷ୍ଟ କରିବା ପାଇଁ ଗୁଜରାଟ […]

Samaya Live Picture
Published On

ଅହମଦାବାଦ : ପୂର୍ବ ସମୟରେ ଝିଅମାନେ ୧୪-୧୫ ବର୍ଷ ବୟସରେ ବିବାହ କରୁଥିଲେ ଏବଂ ୧୭ ବର୍ଷ ବୟସ ସୁଦ୍ଧା ମା’ ହୋଇଯାଉଥିଲେ । ଗୁଜରାଟ ହାଇକୋର୍ଟ ଆଜି ଜ‌ଣେ ନାବାଳିକାଙ୍କ ଗର୍ଭପାତ ଆବେଦନର ଶୁଣାଣି କରିବା ସମୟରେ ଏଭଳି ଟିପ୍ପଣୀ ରଖିଛନ୍ତି। ନାବାଳିକା ହେଉଛନ୍ତି ଜଣେ ଦୁଷ୍କର୍ମ ପୀଡ଼ିତା। ସେ ୭ ମାସର ଗର୍ଭବତୀ ହେବାପରେ ତାଙ୍କ ବାପା ଏସମ୍ପର୍କରେ ଜାଣିଥିଲେ। ଏହାପରେ ସେ ଝିଅର ବୟସ ଦୃଷ୍ଟିରୁ ତା’ର ଗର୍ଭନଷ୍ଟ କରିବା ପାଇଁ ଗୁଜରାଟ ହାଇକୋର୍ଟରେ ଆବେଦନ କରିଥିଲେ। ଗୁଜରାଟ ହାଇକୋର୍ଟର ଜଷ୍ଟିସ ସମୀର ଜେ ଡାଭେ ଏହି ଆବେଦନ ଉପରେ ଶୁଣାଣି କରିଥିଲେ।
ନାବାଳିକାଙ୍କ ବାପାଙ୍କ ପକ୍ଷରୁ ବରିଷ୍ଠ ଓକିଲ ସିକନ୍ଦର ସୟଦ ଆବେଦନର ଶୀଘ୍ର ଶୁଣାଣି ପାଇଁ କୋର୍ଟଙ୍କୁ ଅନୁରୋଧ କରିଥିଲେ। ନାବାଳିକାଙ୍କ ଧାର୍ଯ୍ୟ ପ୍ରସବ ସମୟ ଅଗଷ୍ଠ ୧୮ ତାରିଖ ହୋଇଥିବାରୁ ଖୁବ୍‌ଶୀଘ୍ର ତାଙ୍କର ଗର୍ଭପାତ ପାଇଁ ଅନୁମତି ଦେବାପାଇଁ ଆବେଦନକାରୀ ତାଙ୍କ ଆବେଦନରେ ଦର୍ଶାଇଥିଲେ। ତେବେ କୋର୍ଟ କହିଥିଲେ ପୂର୍ବ ସମୟରେ ଝିଅମାନେ ୧୪-୧୫ ବର୍ଷ ବୟସରେ ବିବାହ କରିବା ଏବଂ ୧୭ ବର୍ଷ ପୂର୍ବରୁ ପିଲାଜନ୍ମ କରିବା ସାଧାରଣ ଥିଲା। ଆପଣ ଏହା ପଢ଼ିନଥିବେ। ଏଥିପାଇଁ ଥରେ ମନୁସ୍ମୃତି ପଢ଼ନ୍ତୁ। କୋର୍ଟ କହିଛନ୍ତି, ଉଭୟ ଗର୍ଭବତୀ ନାବାଳିକା ଏବଂ ତାଙ୍କ ଗର୍ଭସ୍ଥ ଭୃଣ ଯଦି ଠିକ୍‌ ସ୍ଥିତିରେ ଅଛନ୍ତି ତେବେ କୋର୍ଟ ଗର୍ଭପାତ ପାଇଁ ଅନୁମତି ଦେବା ସହଜ ହେବନାହିଁ। ନାବାଳିକାଙ୍କ ମେଡିକାଲ ପରୀକ୍ଷା ପାଇଁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ଏକ ମେଡିକାଲ କମିଟି ଗଠନ ହେବ। ଏହି କମିଟି ମେଡିକାଲ ରିପୋର୍ଟ ଦାଖଲ କରିବାପରେ କୋର୍ଟ ଉକ୍ତ ମାମଲାରେ ପରବର୍ତ୍ତୀ ନିଷ୍ପତ୍ତି ନେବେ। ଆସନ୍ତା ଜୁନ୍‌ ୧୫ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ।

Tags: