ପୂର୍ବତନ ବିଧାୟକଙ୍କ ଘରେ ଆୟକର ଚଢ଼ଉ, ଜବତ ହେଲା ହେଲା କୋଟିକୋଟି ଟଙ୍କା , ୩କୁମ୍ଭୀର
ଭୋପାଳ: ମଧ୍ୟପ୍ରଦେଶର ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆଜି ଆୟକର ଚଢାଉ ବେଳେ ୩ଟି କୁମ୍ଭୀର ଉଦ୍ଧାର ହୋଇଛି। ଆୟକର ବିଭାଗର ଅଧିକାରୀମାନେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ କରି ସୁନା, କୋଟି କୋଟି ଟଙ୍କା ଏବଂ କାର୍ ସମେତ ଅନେକ ଜିନିଷ ପାଇଛନ୍ତି। ସେମାନେ ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ସିଂହ ରାଠୋର୍ ଘର ନିକଟରେ ଥିବା ଏକ ପୋଖରୀରୁ ୩ଟି କୁମ୍ଭୀର ଉଦ୍ଧାର କରିଥିବା ସୂଚନା ରହିଛି। ସେ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା […]
ଭୋପାଳ: ମଧ୍ୟପ୍ରଦେଶର ଜଣେ ପୂର୍ବତନ ବିଧାୟକଙ୍କ ଘରେ ଆଜି ଆୟକର ଚଢାଉ ବେଳେ ୩ଟି କୁମ୍ଭୀର ଉଦ୍ଧାର ହୋଇଛି। ଆୟକର ବିଭାଗର ଅଧିକାରୀମାନେ ପୂର୍ବତନ ବିଧାୟକଙ୍କ ଘରେ ଚଢ଼ାଉ କରି ସୁନା, କୋଟି କୋଟି ଟଙ୍କା ଏବଂ କାର୍ ସମେତ ଅନେକ ଜିନିଷ ପାଇଛନ୍ତି। ସେମାନେ ପୂର୍ବତନ ବିଧାୟକ ହର୍ଷବର୍ଦ୍ଧନ ସିଂହ ରାଠୋର୍ ଘର ନିକଟରେ ଥିବା ଏକ ପୋଖରୀରୁ ୩ଟି କୁମ୍ଭୀର ଉଦ୍ଧାର କରିଥିବା ସୂଚନା ରହିଛି। ସେ କୋଟି କୋଟି ଟଙ୍କାର ଟିକସ ଫାଙ୍କିଥିବା ଅଭିଯୋଗରେ ଆୟକର ବିଭାଗ ରବିବାରଠାରୁ ତାଙ୍କ ଘରେ ଚଢାଉ କରୁଛି। ଅଧିକାରୀମାନେ କହିଛନ୍ତି ଯେ ଚଢାଉରେ ୧୫୫ କୋଟି ଟଙ୍କାର ଟିକସ ଫାଙ୍କିଥିବା ଜଣାପଡ଼ିଛି। ସେମାନେ ସୁନା ଏବଂ ରୂପା ଅଳଙ୍କାର ବ୍ୟତୀତ ୩ କୋଟି ଟଙ୍କା ନଗଦ ଜବତ କରିଛନ୍ତି। ରାଠୋରଙ୍କ ସହିତ ବିଡ଼ି ବ୍ୟବସାୟ କରୁଥିବା କେଶରୱାନି ୧୪୦ କୋଟି ଟଙ୍କାର ଟିକସ ଫାଙ୍କିଛନ୍ତି ଏବଂ ଚଢାଉ ସମୟରେ ଏ ସମ୍ପର୍କିତ କାଗଜପତ୍ର ମିଳିଛି ବୋଲି ସୂତ୍ରରୁ ଜଣାପଡିଛି।




