ପୂର୍ବତନ ବସ୍‌ଙ୍କ ବିରୋଧରେ ନିର୍ବା‌ଚନ ଲଢ଼ିବେ ମାଇକ୍‌ ପେନ୍ସ

ୱାସିଂଟନ୍‌ : ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଅଛନ୍ତି। ୬୩ ବର୍ଷୀୟ ମାଇକ୍‌ ପେନ୍ସ ତାଙ୍କର ପୂର୍ବତନ ବସ୍‌ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ପେନ୍ସ ଆସନ୍ତା ବୁଧବାର ଠାରୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଆମେରିକାର ସଂଘୀୟ ନିର୍ବାଚନ କମିସନ୍‌ ନିକଟରେ ପେନ୍ସ ତାଙ୍କ ପେପର୍‌ ଦାଖଲ କରିଛନ୍ତି। ଗୁରୁବାର ଦିନ ପେନ୍ସ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। […]

Samaya Live Picture
Published On

ୱାସିଂଟନ୍‌ : ଆମେରିକାର ପୂର୍ବତନ ଉପରାଷ୍ଟ୍ରପତି ମାଇକ୍‌ ପେନ୍ସ ୨୦୨୪ ଆମେରିକା ରାଷ୍ଟ୍ରପତି ନିର୍ବାଚନ ଦୌଡ଼ରେ ଅଛନ୍ତି। ୬୩ ବର୍ଷୀୟ ମାଇକ୍‌ ପେନ୍ସ ତାଙ୍କର ପୂର୍ବତନ ବସ୍‌ ଡୋନାଲ୍ଡ ଟ୍ରମ୍ପଙ୍କ ବିରୋଧରେ ନିର୍ବାଚନ ଲଢ଼ିବେ। ପେନ୍ସ ଆସନ୍ତା ବୁଧବାର ଠାରୁ ୨୦୨୪ ରାଷ୍ଟ୍ରପତି ନିର୍ବାଚନ ପାଇଁ ପ୍ରଚାର ଆରମ୍ଭ କରିବେ ବୋଲି ଜଣାପଡ଼ିଛି। ଆମେରିକାର ସଂଘୀୟ ନିର୍ବାଚନ କମିସନ୍‌ ନିକଟରେ ପେନ୍ସ ତାଙ୍କ ପେପର୍‌ ଦାଖଲ କରିଛନ୍ତି। ଗୁରୁବାର ଦିନ ପେନ୍ସ ଦେଶବାସୀଙ୍କ ଉଦ୍ଦେଶ୍ୟରେ ଉଦ୍‌ବୋଧନ ଦେବେ। ତେବେ ୨ ପୂର୍ବତନ ରାଷ୍ଟ୍ରପତି ଏବଂ ଉପରାଷ୍ଟ୍ରପତି ପରସ୍ପରର ପ୍ରତିଦ୍ବନ୍ଦ୍ବୀ ହେବା ଦ୍ବାରା ଆଗକୁ ଏକ ଅସାଧାରଣ ପରିସ୍ଥିତି ସୃଷ୍ଟି ହେବ। ୨୦୧୭ରୁ ୨୧ ମଧ୍ୟରେ ମାଇକ ପେନ୍ସ ଆମେରିକାର ଉପରାଷ୍ଟ୍ରପତି ଥିଲେ। ଏହି ସମୟରେ ଡୋନାଲ୍ଡ ଟ୍ରମ୍ପ୍‌ ଆମେରିକାର ରାଷ୍ଟ୍ରପତି ଥିଲେ।

Tags: