ପୂର୍ବତନ ପ୍ରଧାନମନ୍ତ୍ରୀ ଚରଣ ସିଂହ, ପିଭି ନରସିଂହ ରାଓଙ୍କୁ ଭାରତ ରତ୍ନ

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ , ଚରଣ ସିଂହ ଏବଂ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନେଇ ଘୋଷଣା କରିଛନ୍ତି। ନରସିଂହ ରାଓ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ନରସିଂହ ରାଓ ଭାରତର ଆର୍ଥିକ ଉଦାରିକରଣ ଆରମ୍ଭ କରିବା ବ୍ୟକ୍ତି ଭାବେ ଜଣାଶୁଣା। ଅନ୍ୟପକ୍ଷେ ଚରଣ ସିଂହ ହେଉଛନ୍ତି ଶ୍ରମିକ ଏବଂ କୃଷକଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ ଚାମ୍ପିଅନ। […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ , ଚରଣ ସିଂହ ଏବଂ ବୈଜ୍ଞାନିକ ଡକ୍ଟର ଏମଏସ ସ୍ବାମୀନାଥନଙ୍କୁ ଭାରତ ରତ୍ନ ମିଳିବ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ଏନେଇ ଘୋଷଣା କରିଛନ୍ତି। ନରସିଂହ ରାଓ ୧୯୯୧ରୁ ୧୯୯୬ ପର୍ଯ୍ୟନ୍ତ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ନରସିଂହ ରାଓ ଭାରତର ଆର୍ଥିକ ଉଦାରିକରଣ ଆରମ୍ଭ କରିବା ବ୍ୟକ୍ତି ଭାବେ ଜଣାଶୁଣା। ଅନ୍ୟପକ୍ଷେ ଚରଣ ସିଂହ ହେଉଛନ୍ତି ଶ୍ରମିକ ଏବଂ କୃଷକଙ୍କ ଅଧିକାର ପାଇଁ ଲଢ଼ୁଥିବା ଜଣେ ଚାମ୍ପିଅନ। ୧୯୭୯ରେ ସେ ଦେଶର ପ୍ରଧାନମନ୍ତ୍ରୀ ଥିଲେ। ଡା ସ୍ବାମୀନାଥନ ହେଉଛନ୍ତି ଜଣେ ପ୍ରଖ୍ୟାତ ବୈଜ୍ଞାନିକ । ସେ ଭାରତର ସବୁଜ ବିପ୍ଳବର ବିନ୍ଧାଣି ଭାବେ ଜଣାଶୁଣା। ପ୍ରଧାନମନ୍ତ୍ରୀ ଏକ୍ସରେ ଏକ ପୋଷ୍ଟ୍ କରି କହିଛନ୍ତି, ଅତ୍ୟନ୍ତ ଖୁସିର ସହ ଏହା ଜଣାଇବାକୁ ଯାଉଛି ଯେ ପୂର୍ବତନ ପ୍ରଧାନମନ୍ତ୍ରୀ ପିଭି ନରସିଂହ ରାଓ ଗାରୁଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରାଯିବ। ଜଣେ ପ୍ରତିଷ୍ଠିତ ବିଦ୍ବାନ ଏବଂ ରାଷ୍ଟ୍ରନେତା ଭାବେ ନରସିଂହ ରାଓ ଭାରତରେ ବିଭିନ୍ନ କ୍ଷେତ୍ରରେ କାମ କରିଛନ୍ତି। ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ,କେନ୍ଦ୍ର ମନ୍ତ୍ରୀ ଏବଂ ସଂସଦ ଓ ବିଧାନସଭାରେ ଦୀର୍ଘ ବର୍ଷ କରି ସଦସ୍ୟ ଭାବେ ତାଙ୍କ କାର୍ଯ୍ୟ ପାଇଁ ସେ ମନେ ରହିବେ। ସେହିପରି ମୋଦୀ କହିଛନ୍ତି, ଆମ ସରକାରର ଏହା ଭଲ ସୌଭାଗ୍ୟ ଯେ ଆମ ଦେଶର ପ୍ରଧାନମନ୍ତ୍ରୀ ଚୌଧୁରୀ ଚରଣ ସିଂହଙ୍କୁ ଭାରତ ରତ୍ନ ମିଳିବ। ଦେଶ ପ୍ରତି ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି ବୋଲି ସେ କହିଛନ୍ତି। ମୋଦୀ କହିଛନ୍ତି, ଚୌଧୁରୀ ଚରଣ ସିଂହ ତାଙ୍କର ସମଗ୍ର ଜୀବନ କୃଷକଙ୍କ ଅଧିକାର ଏବଂ ମଙ୍ଗଳ ପାଇଁ ସମର୍ପଣ କରିଦେଇଛନ୍ତି।

Tags: