ପୂର୍ବତନ କେରଳ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କ ପରଲୋକ
ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ଆଜି ପରଲୋକ ଘଟିଛି। ଚାଣ୍ଡିଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚାଣ୍ଡିଙ୍କ ପୁଅ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ବାପାଙ୍କ ମୃତ୍ୟୁ ଖବର ଜଣାଇଛନ୍ତି। ଚାଣ୍ଡିଙ୍କ ମୃତ୍ୟୁ ପାଇଁ କେରଳ ସରକାର ୨ ଦିନିଆ ଶୋକ ପାଳନ କରିଛନ୍ତି। ଆଜି ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଚାଣ୍ଡି ୨୦୦୪-୨୦୦୬ ଏବଂ ୨୦୧୧-୨୦୧୬ ମଧ୍ୟରେ […]
ଥିରୁଅନନ୍ତପୁରମ : କେରଳର ପୂର୍ବତନ ମୁଖ୍ୟମନ୍ତ୍ରୀ ଓମେନ ଚାଣ୍ଡିଙ୍କର ଆଜି ପରଲୋକ ଘଟିଛି। ଚାଣ୍ଡିଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। ଚାଣ୍ଡିଙ୍କ ପୁଅ ସୋସିଆଲ ମିଡିଆରେ ଏକ ପୋଷ୍ଟ୍ କରି ବାପାଙ୍କ ମୃତ୍ୟୁ ଖବର ଜଣାଇଛନ୍ତି। ଚାଣ୍ଡିଙ୍କ ମୃତ୍ୟୁ ପାଇଁ କେରଳ ସରକାର ୨ ଦିନିଆ ଶୋକ ପାଳନ କରିଛନ୍ତି। ଆଜି ରାଜ୍ୟରେ ସରକାରୀ ଛୁଟି ଘୋଷଣା କରାଯାଇଛି। ଚାଣ୍ଡି ୨୦୦୪-୨୦୦୬ ଏବଂ ୨୦୧୧-୨୦୧୬ ମଧ୍ୟରେ ୨ ଥର କେରଳର ମୁଖ୍ୟମନ୍ତ୍ରୀ ହୋଇଛନ୍ତି। ଗତ କିଛି ମାସ ଧରି ଚାଣ୍ଡିଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ି ଯାଇଥିଲା। ବେଙ୍ଗାଲୁରୁର ଏକ ହସ୍ପିଟାଲରେ ସେ ଚିକିତ୍ସିତ ହେଉଥିଲେ।




