ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ପୋକ୍ସ ଅଧୀନରେ ମାମଲା ରୁଜୁ

ନୂଆଦିଲ୍ଲୀ : ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଗତମାସରେ ବେଙ୍ଗାଲୁରୁରେ ଜଣେ ନାବାଳିକାକୁ ତାଙ୍କ ବାସଭବନରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ଦ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଜଣେ ମହିଳା ୮୧ ବର୍ଷୀୟ ୟେଦୁରପ୍ପାଙ୍କ ବିରୋଧରେ କରିଥିବା ଅଭିଯୋଗ ଅନୁଯାୟୀ ସେ ତାଙ୍କ ନାବାଳିକା ଝିଅକୁ ଏକ ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବା ପାଇଁ […]

Samaya Live Picture
Published On

ନୂଆଦିଲ୍ଲୀ : ପୂର୍ବତନ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏବଂ ବରିଷ୍ଠ ବିଜେପି ନେତା ବିଏସ୍ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଗତମାସରେ ବେଙ୍ଗାଲୁରୁରେ ଜଣେ ନାବାଳିକାକୁ ତାଙ୍କ ବାସଭବନରେ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ଦ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ଜଣେ ମହିଳା ୮୧ ବର୍ଷୀୟ ୟେଦୁରପ୍ପାଙ୍କ ବିରୋଧରେ କରିଥିବା ଅଭିଯୋଗ ଅନୁଯାୟୀ ସେ ତାଙ୍କ ନାବାଳିକା ଝିଅକୁ ଏକ ଦୁଷ୍କର୍ମ ମାମଲାରେ ନ୍ୟାୟ ଦେବା ପାଇଁ ଫେବ୍ରୁଆରି ୨ ତାରିଖରେ ୟେଦୁରପ୍ପାଙ୍କ ବାସଭବନକୁ ଯାଇଥିଲେ। ଉକ୍ତ ଘଟଣାରେ ସେ ଏସଆଇଟି ତଦନ୍ତ ଦାବି କରିଥିଲେ। କିନ୍ତୁ ୟେଦୁରପ୍ପା ନାବାଳିକାଙ୍କୁ ତାଙ୍କ କୋଠରୀକୁ ନେଇଯାଇ ତାଙ୍କ ସହ ଯୌନ ଅସଦାଚରଣ କରିଥିଲେ ବୋଲି ମହିଳା ଜଣଙ୍କ ଅଭିଯୋଗ କରିଥିଲେ। ମହିଳାଙ୍କ ଏତଲା ଆଧାରରେ ୟେଦୁରପ୍ପାଙ୍କ ବିରୋଧରେ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇଛି। ବେଙ୍ଗାଲୁରୁର ସଦାଶିବନଗର ପୁଲିସ ପୋକ୍ସ ଆଇନର ଧାରା ୮ ଏବଂ ଆଇପିସିର ଧାରା ୩୫୪ଏ ଅଧୀନରେ ୟେଦୁରପ୍ପାଙ୍କ ବିରୋଧରେ ମାମଲା ରୁଜୁ କରିଛି। ୟେଦୁରପ୍ପା ତାଙ୍କ ବିରୋଧରେ ହୋଇଥିବା ଅଭିଯୋଗକୂ ଖଣ୍ଡନ କରିଛନ୍ତି। ୟେଦୁରପ୍ପା କହିଛନ୍ତି, ଦେଢ଼ମାସ ତଳେ ଜଣେ ନାବାଳିକା ଏବଂ ତାଙ୍କ ମା’ ତାଙ୍କ ବାସଭବନକୁ ଆସିଥିଲେ। ସେ ସେମାନଙ୍କୁ ଘାରକୁ ଡାକି ନେଇଥିଲେ ଏବଂ ସେମାନଙ୍କ ଅଭିଯୋଗ ଶୁଶିଥିଲେ। ପରେ ସେ ସେମାନଙ୍କୁ ଆବଶ୍ୟକୀୟ ସହଯୋଗ ମଧ୍ୟ କରିଥିଲେ। ତାଙ୍କ ବିରୋଧରେ ଆସିଥିବା ଅଭିଯୋଗ ସମ୍ପୂର୍ଣ୍ଣ ଭାବେ ମିଥ୍ୟା ବୋଲି ସେ କହିଛନ୍ତି।

Tags: