ପୂର୍ବତନ ଆଇଏସ୍ଆଇ ମୁଖ୍ୟ ଲେଫ୍ଟନାଣ୍ଟ୍ ଜେନେରାଲ୍ ଫୈଜ ହମିଦ୍ ଗିରଫ
ଇସଲାମାବାଦ: ପାକିସ୍ତାନ ଗୁଇନ୍ଦା ବିଭାଗ (ଇଣ୍ଟର ଷ୍ଟେଟ୍ ଇଣ୍ଟେଲିଜେନ୍ସ)ର ପୂର୍ବତନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ ହମିଦ୍ଙ୍କୁ ପାକିସ୍ତାନ ସେନା ଗିରଫ କରିଛି। ଗୃହନିର୍ମାଣ ଯୋଜନା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ବୋଲି ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସେନା ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତିରେ କୁହାଯାଇଛି ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ୍ ଜେନେରାଲ୍ ଫୈଜ ହମିଦ୍ଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏକ ବିସ୍ତୃତ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିଲା। […]
ଇସଲାମାବାଦ: ପାକିସ୍ତାନ ଗୁଇନ୍ଦା ବିଭାଗ (ଇଣ୍ଟର ଷ୍ଟେଟ୍ ଇଣ୍ଟେଲିଜେନ୍ସ)ର ପୂର୍ବତନ ମୁଖ୍ୟ ଲେଫ୍ଟନାଣ୍ଟ ଜେନେରାଲ୍ ଫୈଜ ହମିଦ୍ଙ୍କୁ ପାକିସ୍ତାନ ସେନା ଗିରଫ କରିଛି। ଗୃହନିର୍ମାଣ ଯୋଜନା ଦୁର୍ନୀତିରେ ସମ୍ପୃକ୍ତି ଅଭିଯୋଗରେ ଏହି ପଦକ୍ଷେପ ନିଆଯାଇଛି ବୋଲି ପାକିସ୍ତାନ ସେନା ପକ୍ଷରୁ ସୂଚନା ଦିଆଯାଇଛି। ପାକିସ୍ତାନ ସେନା ପକ୍ଷରୁ ପ୍ରକାଶିତ ପ୍ରେସ୍ ବିବୃତିରେ କୁହାଯାଇଛି ପାକିସ୍ତାନ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶାନୁସାରେ ଅବସରପ୍ରାପ୍ତ ଲେଫ୍ଟନାଣ୍ଟ୍ ଜେନେରାଲ୍ ଫୈଜ ହମିଦ୍ଙ୍କ ବିରୋଧରେ ହୋଇଥିବା ଅଭିଯୋଗର ଏକ ବିସ୍ତୃତ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିଲା। ତଦନ୍ତ ପରେ ସେ ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଜଣାପଡ଼ିଛି। ପାକିସ୍ତାନ ସେନା ଆଇନ ଅନୁସାରେ, ଫୈଜ ହମିଦ୍ଙ୍କ ବିରୋଧରେ ଆବଶ୍ୟକ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହ ସହ ଏକାଧିକ ସ୍ଥଳରେ ପାକିସ୍ତାନ ସେନା ଅବସର ଆଇନର ମଧ୍ୟ ଉଲ୍ଲଂଘନ କରିଥିବା ପ୍ରମାଣିତ ହୋଇଛି। ଏହା ଉପରେ ଫୈଜ ହମିଦ୍ଙ୍କ ବିରୋଧରେ ଫିଲ୍ଡଜେନେରାଲ୍ କୋର୍ଟ ମାର୍ଶଲ୍ ପ୍ରକ୍ରିୟା ଆରମ୍ଭ ହେବ। ଏଣୁ ଫୈଜ ହମିଦ୍ଙ୍କୁ ଗିରଫ କରାଯାଇଛି।




