ପୂଜା ଖେଦକରଙ୍କ ଜାମିନ୍ ଖାରଜ ପରେ ମା’ଙ୍କୁ ଜାମିନ୍
ମୁମ୍ବାଇ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ରେ ଜାଲ୍ ଜାତିଗତ ପ୍ରମାଣପତ୍ର, ନିଜର ପରିଚୟ ଓ ବୟସ ଗୋପନ ରଖି ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥର ପରୀକ୍ଷା ଦେବା ସୁଯୋଗ ହାତେଇବା ଆଦି ଘଟଣାରେ ପୂଜା ଖେଦକରଙ୍କଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ଦିଲ୍ଲୀ ଅତିରିକ୍ତ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଖାରଜ ହୋଇଯିବା ପରେ ପୂଜା ଦୁବାଇ ଫେରାର୍ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଗୁରୁବାର, ପୂଜା ଖେଦକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। […]
ମୁମ୍ବାଇ: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସ୍ସି)ରେ ଜାଲ୍ ଜାତିଗତ ପ୍ରମାଣପତ୍ର, ନିଜର ପରିଚୟ ଓ ବୟସ ଗୋପନ ରଖି ନିର୍ଦ୍ଧାରିତ ସଂଖ୍ୟାଠାରୁ ଅଧିକ ଥର ପରୀକ୍ଷା ଦେବା ସୁଯୋଗ ହାତେଇବା ଆଦି ଘଟଣାରେ ପୂଜା ଖେଦକରଙ୍କଙ୍କ ପାଇଁ ସମସ୍ୟା ବଢ଼ିବାରେ ଲାଗିଛି। ଏହି ମାମଲାରେ ଦିଲ୍ଲୀ ଅତିରିକ୍ତ ସେସନ୍ସ କୋର୍ଟରେ ଆଗୁଆ ଜାମିନ ଖାରଜ ହୋଇଯିବା ପରେ ପୂଜା ଦୁବାଇ ଫେରାର୍ ହୋଇଯାଇଥିବା ଚର୍ଚ୍ଚା ହେଉଛି। ଗୁରୁବାର, ପୂଜା ଖେଦକରଙ୍କ ଆଗୁଆ ଜାମିନ ଆବେଦନ ଖାରଜ ହୋଇଯାଇଥିଲା। ଏହା ପରଠାରୁ ସେ ନିଖୋଜ ହୋଇଯାଇଛନ୍ତି ଏବଂ ତାଙ୍କ ମୋବାଇଲ୍ ଫୋନ୍ ବନ୍ଦ ରହିଛି। ବିଶ୍ବସ୍ତସୂତ୍ରରୁ ମିଳିଥିବା ସୂଚନାନୁସାରେ ସେ ଦୁବାଇ ଚାଲିଯାଇଥିବା ଜଣାଯାଇଛି। ଅନ୍ୟପକ୍ଷରେ ବନ୍ଧୁକ ଦେଖାଇ ଧମକାଇବା ମାମଲାରେ ଗିରଫ ହୋଇଥିବା ପୂଜାଙ୍କ ମା’ ମନୋରମାଙ୍କୁ ପୁଣେ ଅତିରିକ୍ତ ସେସନ୍ସ ବିଚାରପତି ଜାମିନ ପ୍ରଦାନ କରିଛନ୍ତି।




