ପୁଡ଼ୁଚେରୀରେ ବିଜେପି କର୍ମୀଙ୍କ ଉପରକୁ ବୋମା ମାଡ଼
ନୂଆଦିଲ୍ଲୀ, ୨୭/୩: ପୁଡ଼ୁଚେରୀରେ ଜଣେ ବିଜେପି କର୍ମୀଙ୍କ ଉପରକୁ ବୋମା ମାଡ଼ ହୋଇଛି। ୭ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍ରେ ଆସି ବିଜେପି କର୍ମୀଙ୍କ ଉପରକୁ ୨ଟି ସ୍ବଦେଶୀ ବୋମା ନିକ୍ଷେପ କରିଥିଲେ। ବିଜେପି କର୍ମୀ ଜଣଙ୍କ ତଳେ ପଡ଼ିଯିବାରୁ ଏହାପରେ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ମୃତ ବିଜେପି କର୍ମୀଙ୍କ ନାମ ସେନ୍ଥିଲ କୁମାର। ବୟସ ୪୫। ସେ ପୁଡ଼ୁଚେରୀର […]
ନୂଆଦିଲ୍ଲୀ, ୨୭/୩: ପୁଡ଼ୁଚେରୀରେ ଜଣେ ବିଜେପି କର୍ମୀଙ୍କ ଉପରକୁ ବୋମା ମାଡ଼ ହୋଇଛି। ୭ ଜଣ ଦୁର୍ବୃତ୍ତ ମୋଟରସାଇକେଲ୍ରେ ଆସି ବିଜେପି କର୍ମୀଙ୍କ ଉପରକୁ ୨ଟି ସ୍ବଦେଶୀ ବୋମା ନିକ୍ଷେପ କରିଥିଲେ। ବିଜେପି କର୍ମୀ ଜଣଙ୍କ ତଳେ ପଡ଼ିଯିବାରୁ ଏହାପରେ ସେମାନେ ତାଙ୍କୁ ଧାରୁଆ ଅସ୍ତ୍ରରେ ହାଣି ଦେଇଥିଲେ। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଛି। ରବିବାର ରାତିରେ ଏହି ଘଟଣା ଘଟିଛି। ମୃତ ବିଜେପି କର୍ମୀଙ୍କ ନାମ ସେନ୍ଥିଲ କୁମାର। ବୟସ ୪୫। ସେ ପୁଡ଼ୁଚେରୀର କାନୁଭାପେଟ୍ଟାଇ ବାସିନ୍ଦା ଏବଂ ପୁଡ଼ୁଚେରୀ ଗୃହ ମନ୍ତ୍ରୀ ଏ ନମଶିବାୟମଙ୍କର ସେ ସମ୍ପର୍କୀୟ। ପୁଲିସ ଅନୁଯାୟୀ ୭ ଜଣ ଦୁର୍ବୃତ୍ତ ବିଜେପି କର୍ମୀଙ୍କ ଉପରକୁ ସ୍ବଦେଶୀ ବୋମା ନିକ୍ଷେପ କରିଥିଲେ। ସେ ପଡ଼ିଯିବା ପରେ ତାଙ୍କ ଉପରେ ଧାରୁଆ ଅସ୍ତ୍ରରେ ଆକ୍ରମଣ ହୋଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ଘଟାଇ ଦୁର୍ବୃତ୍ତମାନେ ସ୍ଥାନ ଛାଡ଼ି ପଳାଇଥିଲେ।




