ପୁଲିସ ସାମ୍ବାଦିକଙ୍କ ଫୋନ୍ ଜବତ କରିପାରିବନି : କେରଳ ହାଇକୋର୍ଟ
ତିରୁଅନନ୍ତପୁରମ୍: କେରଳ ହାଇକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଭାରତୀୟ ପିଙ୍ଗଳ କୋଡ୍ (ସିଆର୍ପିସି)ରେ ବ୍ୟବସ୍ଥା ଅନୁଯାୟୀ ଜଣେ ସାମ୍ବାଦିକଙ୍କ ଫୋନ୍ ଜବତ କରାଯାଇପାରିବ। କିନ୍ତୁ ସେହି ମାର୍ଗଦର୍ଶିକାର ଅନୁସରଣ ବିନା କେବଳ ଫୋନରେ କୌଣସି ଅପରାଧ ବିଷୟରେ ସୂଚନା ଅଛି ବୋଲି ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ୍କୁ ପୁଲିସ ଜବତ କରିପାରିବ ନାହିଁ। ଜଷ୍ଟିସ୍ ପିଭି କୁହ୍ନିକୃଷ୍ଣନ୍ଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ସାମ୍ବାଦିକମାନେ ସବୁ ପ୍ରକାର ଅପରାଧ ବିଷୟରେ ସୂଚନା […]
ତିରୁଅନନ୍ତପୁରମ୍: କେରଳ ହାଇକୋର୍ଟ ନିକଟରେ ଏକ ଗୁରୁତ୍ବପୂର୍ଣ୍ଣ ଟିପ୍ପଣୀ ଦେଇ କହିଛନ୍ତି ଯେ ଭାରତୀୟ ପିଙ୍ଗଳ କୋଡ୍ (ସିଆର୍ପିସି)ରେ ବ୍ୟବସ୍ଥା ଅନୁଯାୟୀ ଜଣେ ସାମ୍ବାଦିକଙ୍କ ଫୋନ୍ ଜବତ କରାଯାଇପାରିବ। କିନ୍ତୁ ସେହି ମାର୍ଗଦର୍ଶିକାର ଅନୁସରଣ ବିନା କେବଳ ଫୋନରେ କୌଣସି ଅପରାଧ ବିଷୟରେ ସୂଚନା ଅଛି ବୋଲି ଜଣେ ସାମ୍ବାଦିକଙ୍କ ମୋବାଇଲ ଫୋନ୍କୁ ପୁଲିସ ଜବତ କରିପାରିବ ନାହିଁ।
ଜଷ୍ଟିସ୍ ପିଭି କୁହ୍ନିକୃଷ୍ଣନ୍ଙ୍କ ଜଣିକିଆ ଖଣ୍ଡପୀଠ କହିଛନ୍ତି ଯେ ସାମ୍ବାଦିକମାନେ ସବୁ ପ୍ରକାର ଅପରାଧ ବିଷୟରେ ସୂଚନା ପାଇଥାଇପାରନ୍ତି। କିନ୍ତୁ ସେହି କାରଣରୁ ପୁଲିସ ତାଙ୍କ ଫୋନ୍କୁ ଜବତ କରିପାରିବ ନାହିଁ। ଯଦି ଜଣେ ସାମ୍ବାଦିକଙ୍କ ଫୋନ୍ ତଦନ୍ତ ପାଇଁ ଦରକାର ପଡ଼େ ତେବେ ସେଥିପାଇଁ ଉପଯୁକ୍ତ ପ୍ରକ୍ରିୟା ରହିଛି, ଯାହାକୁ ଅନୁସରଣ କରିବାକୁ ପଡ଼ିବ। ମାଲୟାଲମ୍ ଖବରକାଗଜ ମଙ୍ଗଳମ୍ ଡେଲିର ସାମ୍ବାଦିକ ଜି ଭିଶାକାନଙ୍କ ଏକ ପିଟିସନ ଉପରେ ବିଚାର କରି କୋର୍ଟ ଉକ୍ତ ଟିପ୍ପଣୀ ରଖିଛନ୍ତି। ଭିଶାକାନଙ୍କ ଅଭିଯୋଗ ଅନୁସାରେ ଜୁଲାଇ ୭ ତାରିଖରେ ତିନିଜଣ ପୁଲିସ ବିନା ସର୍ଚ୍ଚ ୱାରେଣ୍ଟରେ ତାଙ୍କ ଘରେ ପଶି ୧ ଘଣ୍ଟା ଧରି ତଲାସି କରିଥିଲେ। ସେମାନେ କ’ଣ ଖୋଜୁଛନ୍ତି ତାହା ପ୍ରକାଶ କରି ନ ଥିଲେ। ପରେ ପୁଲିସ ତାଙ୍କ ସହ ଯୋଗାଯୋଗ କରି ତାଙ୍କୁ ଥାନାକୁ ଡକାଇଥିଲା ଏବଂ ତାଙ୍କ ଫୋନ ଦାଖଲ କରିବାକୁ କହିଥିଲା। ପୁଲିସ ତାଙ୍କ ମୋବାଇଲ ଫୋନ୍କୁ ରଖି ଏକ ତାରିଖବିହୀନ ରସିଦ ଦେଇଥିଲା।




