ପୁଲିସ ଗାଡ଼ି ଦୁର୍ଘଟଣାରେ ଭାରତୀୟ ଛାତ୍ରୀ ମୃତ୍ୟୁ ମାମଲା

ନୂଆଦିଲ୍ଲୀ: ଆମେରିକା ପୁଲିସର ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ଚଳିତବର୍ଷ ଜାନୁଆରିରେ ଜଣେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଘଟଣାରେ ଆମେରିକା ପୁଲିସର ଆଚରଣକୁ ନେଇ ତମ୍ବିତୋଫାନ ଦେଖାଦେଇଛି। ମୃତ୍ୟୁ ପରେ ସିଆଟେଲର ଜଣେ ପୁଲିସ ଅଫିସର ବେପରୁଆ ମନ୍ତବ୍ୟ ଦେବା ସହିତ ନିଷ୍ଠୁର ଭାବେ ହସିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ପୁଲିସ ଅଫିସରଙ୍କ ଏଭଳି ଆଚରଣକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ କଡ଼ା ନିନ୍ଦା କରିଛନ୍ତି। […]

Samaya Live Picture
Published On

ନୂଆଦିଲ୍ଲୀ: ଆମେରିକା ପୁଲିସର ଏକ ଦ୍ରୁତଗାମୀ ଗାଡ଼ି ଧକ୍କାରେ ଚଳିତବର୍ଷ ଜାନୁଆରିରେ ଜଣେ ଭାରତୀୟ ଛାତ୍ରୀ ଜାହ୍ନବୀ କାଣ୍ଡୁଲାଙ୍କର ମୃତ୍ୟୁ ହୋଇଥିଲା। କିନ୍ତୁ ତାଙ୍କ ମୃତ୍ୟୁ ଘଟଣାରେ ଆମେରିକା ପୁଲିସର ଆଚରଣକୁ ନେଇ ତମ୍ବିତୋଫାନ ଦେଖାଦେଇଛି। ମୃତ୍ୟୁ ପରେ ସିଆଟେଲର ଜଣେ ପୁଲିସ ଅଫିସର ବେପରୁଆ ମନ୍ତବ୍ୟ ଦେବା ସହିତ ନିଷ୍ଠୁର ଭାବେ ହସିଥିଲେ। ଏହାର ଭିଡିଓ ଏବେ ସାମ୍ନାକୁ ଆସିଛି। ପୁଲିସ ଅଫିସରଙ୍କ ଏଭଳି ଆଚରଣକୁ ଆମେରିକାରେ ଅବସ୍ଥାପିତ ଭାରତର ରାଷ୍ଟ୍ରଦୂତ କଡ଼ା ନିନ୍ଦା କରିଛନ୍ତି। କେବଳ ସେତିକି ନୁହେଁ ଆମେରିକା ଏବଂ ସାରା ବିଶ୍ବର ଲୋକମାନେ ମଧ୍ୟ ପୁଲିସର ଏଭଳି ଆଚରଣକୁ ନିନ୍ଦା କରିଛନ୍ତି। ଏହା ପରେ ଉକ୍ତ ଘଟଣାରେ ବାଇଡେନ ପ୍ରଶାସନ ହସ୍ତକ୍ଷେପ କରିଛି। ଏହି ମାମଲାରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ଏବଂ ବିସ୍ତୃତ ତଦନ୍ତ କରାଯିବ ବୋଲି ଆମେରିକା ପ୍ରଶାସନ କହିଛି। ଛାତ୍ରୀ ମୃତ୍ୟୁ ଘଟଣାରେ ଆମେରିକା ପୁଲିସ ଅଫିସର ହସୁଥିବାର ଭିଡିଓ ପ୍ରସଙ୍ଗରେ ଭାରତର ଜଣେ ବରିଷ୍ଠ ଅଧିକାରୀ ଆପତ୍ତି ଉଠାଇଛନ୍ତି। ଏଥିସହିତ ଆମେରିକାରେ ଏହି ଘଟଣାର ତଦନ୍ତ ଅଗ୍ରଗତିକୁ ସେ ଅତି ନିକଟରୁ ଅନୁଧ୍ୟାନ କରୁଛନ୍ତି ବୋଲି କହିଛନ୍ତି।

Tags: