ପୁଲିସ ଏତଲା ରୁଜୁ ନକରିବାରୁ ଆତ୍ମହତ୍ୟା କରିଦେଲେ ଗଣଦୁଷ୍କର୍ମ ପୀଡ଼ିତାଙ୍କ ବାପା

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଜଲଉନରେ ଜଣେ ବାପା ନିଜ ଝିଅକୁ ନ୍ୟାୟ ଦେବାରେ ବିଫଳ ହେବାରୁ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ୨ ମାସ ତଳେ ଉକ୍ତ ବ୍ୟକ୍ତିଙ୍କ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେ ପୁଲିସରେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ପୁଲିସ ତାଙ୍କ ଏତଲା ରଖିନଥିଲା। ଓଲଟା ତାଙ୍କୁ ଧମକ ଦେଇଥିଲା। ତେବେ ଝିଅ ଗଣଦୁଷ୍କର୍ମର ଶିକାର ହେବାର ୨ ମାସ ପରେ ବି ପୁଲିସ ଏତଲା ରୁଜୁ ନକରିବାରୁ ‌ଶେଷରେ ବ୍ୟକ୍ତି ଜଣଙ୍କ ଗତକାଲି […]

Samaya Live Picture
Published On

ନୂଆଦିଲ୍ଲୀ : ଉତ୍ତରପ୍ରଦେଶର ଜଲଉନରେ ଜଣେ ବାପା ନିଜ ଝିଅକୁ ନ୍ୟାୟ ଦେବାରେ ବିଫଳ ହେବାରୁ ନିଜେ ଆତ୍ମହତ୍ୟା କରିଦେଇଛନ୍ତି। ୨ ମାସ ତଳେ ଉକ୍ତ ବ୍ୟକ୍ତିଙ୍କ ଝିଅ ଗଣଦୁଷ୍କର୍ମର ଶିକାର ହୋଇଥିଲେ। ସେ ପୁଲିସରେ ଏତଲା ଦେବାକୁ ଯାଇଥିଲେ। କିନ୍ତୁ ପୁଲିସ ତାଙ୍କ ଏତଲା ରଖିନଥିଲା। ଓଲଟା ତାଙ୍କୁ ଧମକ ଦେଇଥିଲା। ତେବେ ଝିଅ ଗଣଦୁଷ୍କର୍ମର ଶିକାର ହେବାର ୨ ମାସ ପରେ ବି ପୁଲିସ ଏତଲା ରୁଜୁ ନକରିବାରୁ ‌ଶେଷରେ ବ୍ୟକ୍ତି ଜଣଙ୍କ ଗତକାଲି ଆତ୍ମହତ୍ୟା କରିଦେଇଛନ୍ତି। ମିଳିଥିବା ସୂଚନାନୁଯାୟୀ ମହିଳା ଜଣଙ୍କ ତାଙ୍କ ଗ୍ରାମର କିଛି ଲୋକଙ୍କ ଦ୍ବାରା ଗଣଦୁଷ୍କର୍ମର ଶିକାର ହୋଇଥିଲେ। ଅଭିଯୁକ୍ତମାନେ ମହିଳାଙ୍କୁ କହିଥିଲେ ‌ଯେ ଯଦି ସେ ପୁଲିସରେ କିଛି ଜଣାନ୍ତି ତେବେ ତାଙ୍କୁ ହତ୍ୟା କରାଯିବ। ମହିଳାଙ୍କ ବାପା ପଂଜାବରେ କାମ କରନ୍ତି। ସେ ତାଙ୍କ ବାପାଙ୍କ ଆଗରେ ତାଙ୍କ ସହ ଘଟିଥିବା ଘଟଣା ସଂକ୍ରାନ୍ତରେ କହିବାପରେ ତାଙ୍କ ବାପା ଘରକୁ ଆସିଥିଲେ। ଇତି ମଧ୍ୟରେ ମୃତ ବ୍ୟକ୍ତିଙ୍କ ସମ୍ପର୍କୀୟ ଏବଂ ପଡ଼ୋଶୀ ଆନ୍ଦୋଳନରେ ବସିଛନ୍ତି। ପୁଲିସର ଅବହେଳାରୁ ଏଭଳି ଘଟଣା ଘଟିଛି। ସେମାନେ ଏହି ଘଟଣା‌ରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି।

Tags: