ପୁଲିସ୍‌ ରିମାଣ୍ଡରେ ସୈଫଙ୍କ ଆକ୍ରମଣକାରୀ ମହମ୍ମଦ ଶେହଜାଦ

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ମୁମ୍ବାଇ ସ୍ଥିତ ବାସଭବନରେ ପଶି ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ ଜଣେ ବାଂଲାଦେଶୀ ବୋଲି ଜଣାପଡ଼ିଛି। କିଛି ମାସ ତଳେ ସେ ଭାରତରେ ପ୍ରବେଶ କରିଥିଲ ଏବଂ ଏକ ହାଉସ୍‌ କିପିଂ ଏଜେନ୍ସିରେ କାମ କରୁଥିଲା। ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବା ପରେ ପୁଲିସ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି। ଅନ୍ୟପକ୍ଷରେ ଏହା ପୂର୍ବରୁ ମଧ୍ୟ […]

Samaya Live Picture
Published On

ମୁମ୍ବାଇ: ଅଭିନେତା ସୈଫ୍ ଅଲ୍ଲୀ ଖାନ୍‌ଙ୍କୁ ମୁମ୍ବାଇ ସ୍ଥିତ ବାସଭବନରେ ପଶି ୬ ଥର ଛୁରା ମାଡ଼ କରିବା ଅଭିଯୋଗରେ ଗିରଫ ହୋଇଥିବା ମହମ୍ମଦ ସରିଫୁଲ ଇସଲାମ୍ ଶେହଜାଦ ଜଣେ ବାଂଲାଦେଶୀ ବୋଲି ଜଣାପଡ଼ିଛି। କିଛି ମାସ ତଳେ ସେ ଭାରତରେ ପ୍ରବେଶ କରିଥିଲ ଏବଂ ଏକ ହାଉସ୍‌ କିପିଂ ଏଜେନ୍ସିରେ କାମ କରୁଥିଲା। ଅଭିଯୁକ୍ତକୁ ଆଜି କୋର୍ଟରେ ହାଜର କରାଯିବା ପରେ ପୁଲିସ ୫ ଦିନ ପାଇଁ ରିମାଣ୍ଡ୍‌ରେ ନେଇଛି। ଅନ୍ୟପକ୍ଷରେ ଏହା ପୂର୍ବରୁ ମଧ୍ୟ ଶେହଜାଦ, ସୈଫ୍‌ଙ୍କ ଘରକୁ ଯାଇଥିବା ପୁଲିସ୍‌ ଆଗରେ କହିଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ସେ ସୈଫ୍‌ଙ୍କ ଘରକୁ ସଫେଇ ପାଇଁ ଆସିଥିଲା। ଜାନୁଆରି ୧୬ ତାରିଖରେ ଆକ୍ରମଣକାରୀ ସିକ୍ୟୁରିଟି ଗାର୍ଡଙ୍କୁ ଶୋଇଥିବା ଦେଖି ଏହାର ସୁଯୋଗରେ ୧୧ ମହଲା ଉପରକୁ ସିଡି ଦେଇ ଯାଇଥିଲା। ଏକାଦଶ ମହଲାରେ ପହଞ୍ଚିବା ପରେ ସେ ସୈଫ୍‌ଙ୍କ ଫ୍ଲାଟରେ ପହଞ୍ଚିବା ପାଇଁ ଏୟାରକଣ୍ଡିସନର ଡକ୍ଟ ବ୍ୟବହାର କରିଥିଲା। ଏହାପରେ ସେ ପିଲାମାନଙ୍କ କୋଠାରୀ ପାଖରେ ଥିବା ଏକ ବାଥ୍‌ରୁମରେ ଲୁଚି ରହିଥିଲା। ପୂର୍ବରୁ ଏହି ଆକ୍ରମଣ ମାମଲାରେ ଛତିଶଗଡ଼ର ଦୁର୍ଗରୁ ଆକାଶ କନୌଜିଆ ନାମକ ଯେଉଁ ଯୁବକଙ୍କୁ ଏହି ମାମଲାରେ ପୁଲିସ ଅଟକ ରଖିଥିଲା, ତାଙ୍କର ଘଟଣା ସହ କୌଣସି ସଂପର୍କ ନାହିଁ ବୋଲି ଜଣାପଡ଼ିବା ପରେ ତାଙ୍କୁ ଛାଡ଼ି ଦିଆଯାଇଥିବା ଜଣାପଡ଼ିଛି।

Tags: