ପୁଲିସ୍‌କୁ ଚକ୍‌ମା ଦେବାକୁ ମହିଳାଙ୍କ ପାଖେ ଆଶ୍ରୟ ନେଉଛି ଅମୃତପାଲ

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ବି ସେ ଖସିଯିବାରେ ସଫଳ ହୋଇଯାଉଛି। ମଙ୍ଗଳବାର ଅମୃତପାଲ୍ ଏକ କାରରେ ବସି ପଞ୍ଜାବର ହୋସିଆରପୁରରେ ପୁଲିସ ଚେକ୍ପୋଷ୍ଟ ଦେଇ ଖସି ପଳାଇଥିଲା। ପୁଲିସ ହାତରୁ ଜଳନ୍ଧରରୁ ଖସିଯିବା ପରେ ଅମୃତପାଲ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ, କିଛି ମହିଳାଙ୍କ ସହାୟତାରେ ଫେରାର୍‌ ହୋଇଯିବାରେ ସଫଳ ହେଉଛି। ସଂପୃକ୍ତ ମହିଳାମାନେ ପାପଲପ୍ରୀତର ସାଙ୍ଗ ବୋଲି ପୁଲିସ୍‌ […]

Samaya Live Picture
Published On

ନୂଆଦିଲ୍ଲୀ : ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ଅମୃତପାଲ ସିଂହକୁ ଧରିବା ପାଇଁ ପୁଲିସ ବିଭିନ୍ନ ସ୍ଥାନରେ ଚଢାଉ କରୁଥିଲେ ବି ସେ ଖସିଯିବାରେ ସଫଳ ହୋଇଯାଉଛି। ମଙ୍ଗଳବାର ଅମୃତପାଲ୍ ଏକ କାରରେ ବସି ପଞ୍ଜାବର ହୋସିଆରପୁରରେ ପୁଲିସ ଚେକ୍ପୋଷ୍ଟ ଦେଇ ଖସି ପଳାଇଥିଲା। ପୁଲିସ ହାତରୁ ଜଳନ୍ଧରରୁ ଖସିଯିବା ପରେ ଅମୃତପାଲ ଓ ତା’ର ସହଯୋଗୀ ପାପଲପ୍ରୀତ ସିଂହ, କିଛି ମହିଳାଙ୍କ ସହାୟତାରେ ଫେରାର୍‌ ହୋଇଯିବାରେ ସଫଳ ହେଉଛି। ସଂପୃକ୍ତ ମହିଳାମାନେ ପାପଲପ୍ରୀତର ସାଙ୍ଗ ବୋଲି ପୁଲିସ୍‌ ଜାଣିବାକୁ ପାଇଛି। ଅମୃତପାଲ୍ ଓ ପାପଲପ୍ରୀତ୍‌ ପଟିଆଲାରେ ଉକ୍ତ ମହିଳାମାନଙ୍କଠୁ ପ୍ରଥମେ ସହାୟତା ନେଇଥିଲେ। ପରେ ଉଭୟ ହରିୟାଣାରେ ଅନ୍ୟ ଜଣେ ମହିଳାଙ୍କ ଘରେ ଲୁଚି ରହିଥିଲେ। ସେଠାରେ ସଂପୃକ୍ତ ମହିଳା ଓ ତାଙ୍କ ପରିବାର ଲୋକଙ୍କ ଫୋନ୍‌କୁ ଦୁଇ ଅଭିଯୁକ୍ତ ବ୍ୟବହାର କରୁଥିଲେ। ଗତ ୨୧ ତାରିଖରେ ଦୁହେଁ ପୂର୍ବ ଦିଲ୍ଲୀରେ ଜଣେ ମହିଳାଙ୍କ ଘରେ ଲୁଚିଥିଲେ। ତାଙ୍କ ଘରେ ଗୋଟିଏ ରାତି ବିତାଇବା ପରେ ଦୁହେଁ ପଳାଇଲେ। ପୁଲିସ୍‌ ଏସଂପର୍କରେ ସିସିଟିଭି ଫୁଟେଜ୍‌ରୁ ଘଟଣାର ସତ୍ୟାସତ୍ୟ ଜାଣିବାକୁ ପାଇଥିଲା। ଯେଉଁଥିପାଇଁ ପାପଲପ୍ରୀତର ୧୦ରୁ ଅଧିକ ମହିଳା ବନ୍ଧୁ ପୁଲିସ ନଜରରେ ରହିଛନ୍ତି। ସେମାନଙ୍କ ଫୋନ୍ ଓ ସୋସିଆଲ ମିଡ଼ିଆ ଆକାଉଣ୍ଟ ଉପରେ ନଜର ରଖାଯାଇଥିବା ପୁଲିସ୍‌ ପକ୍ଷରୁ କୁହାଯାଇଛି।

Tags: