ପୁଣେ ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତର ଜାମିନ ରଦ୍ଦ

ପୁଣେ : ପୁଣେ ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣାକୁ ନେଇ ବିବାଦ ହେବାପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ ହୋଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଦେଇଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଜୁନ୍ ୫ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ। ଉଲ୍ଲେତଖଯୋଗ୍ୟ, ପୁଣେରେ ଜଣେ […]

Samaya Live Picture
Published On

ପୁଣେ : ପୁଣେ ପୋର୍ସେ ଦୁର୍ଘଟଣା ମାମଲାରେ ଅଭିଯୁକ୍ତକୁ ଜାମିନ ମିଳିବା ଘଟଣାକୁ ନେଇ ବିବାଦ ହେବାପରେ ଆଜି ଅଭିଯୁକ୍ତର ଜାମିନ ରଦ୍ଦ ହୋଇଛି। ଜୁଭେନାଇଲ ଜଷ୍ଟିସ ବୋର୍ଡ ୧୭ ବର୍ଷୀୟ ଅଭିଯୁକ୍ତକୁ ଜାମିନ ପ୍ରଦାନ କରିବାର ୩ ଦିନ ପରେ ଆଜି ଜାମିନ ରଦ୍ଦ କରିଦେଇଛନ୍ତି। ଜୁଭେନାଇଲ ଜଷ୍ଟିସ ବୋର୍ଡ ଅଭିଯୁକ୍ତକୁ ଜୁନ୍ ୫ ତାରିଖ ପର୍ଯ୍ୟନ୍ତ ରିମାଣ୍ଡରେ ନେଇଛି। ଜୁନ୍ ୫ ପର୍ଯ୍ୟନ୍ତ ଅଭିଯୁକ୍ତ ବାଳ ସୁଧାର ଗୃହରେ ରହିବ। ଉଲ୍ଲେତଖଯୋଗ୍ୟ, ପୁଣେରେ ଜଣେ ଧନୀ ବ୍ୟବସାୟୀଙ୍କ ନାବାଳକ ପୁଅ ତା’ ବାପାଙ୍କ ଦାମୀ ପୋର୍ସେ କାର୍ ନିଶାସକ୍ତ ଅବସ୍ଥାରେ ହାଇସ୍ପିଡ୍ରେ ଚଲାଇଥିଲା ଏବଂ ୨ ଜଣ ସଫ୍ଟୱେର ଇଞ୍ଜିନିୟରଙ୍କ ଉପରେ ଚଢ଼ାଇ ମାରି ଦେଇଥିଲା। ଏହି ମାମଲାରେ ସେ ଗିରଫ ହୋଇଥିଲେ ମଧ୍ୟ ଜୁଭେନାଇଲ ଜଷ୍ଟିସ ଆଇନ ଅଧୀନରେ ତାକୁ ମାତ୍ର ୧୫ ଘଣ୍ଟା ମଧ୍ୟରେ ଜାମିନ ମିଳିଯାଇଥିଲା। ଜୁଭେନାଇଲ ବୋର୍ଡ ପୁନେ ଅଭିଯୁକ୍ତକୁ ଜାମିନ ଦେବା ସହ ତା’ର ଦଣ୍ଡ ଅତି କୋହଳ କରିଥିଲେ। ଜୁଭେନାଇଲ ବୋର୍ଡ ତାକୁ ଦୁର୍ଘଟଣା ଉପରେ ୩୦୦ ଶବ୍ଦର ଏକ ରଚନା ଲେଖିବାକୁ କହିବା ସହ ୧୫ ଦିନ ପାଇଁ ଟ୍ରାଫିକ୍ ପୁଲିସ କାମ କରିବାପାଇଁ କହିଥିଲେ। ଏହି କାରଣ ପାଇଁ ବୋର୍ଡଙ୍କୁ କଡ଼ା ସମାଲୋଚନାର ଶିକାର ହେବାକୁ ପଡ଼ିଲା। କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଥିଲେ ଦେଶରେ ସମ୍ପତ୍ତି ଆଧାରରେ ଲୋକଙ୍କୁ ନ୍ୟାୟ ମିଳୁଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ୨ଟି ଭାରତ ସୃଷ୍ଟି କରିଛନ୍ତି ବୋଲି କହି ରାହୁଲ ଉକ୍ତ ପ୍ରସଙ୍ଗରେ ମୋଦୀଙ୍କୁ ଟାର୍ଗେଟ୍ କରିଥିଲେ। ଅନ୍ୟ ବିରୋଧୀ ଏବଂ ବିଜେପି ନେତାମାନେ ମଧ୍ୟ ବୋର୍ଡଙ୍କ ରାୟକୁ ସମାଲୋଚନା କରିଥିଲେ।

Tags: