ପୁଣେରେ ତ୍ରିରଙ୍ଗାକୁ ଅପମାନ

ପୁଣେ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁଣେରେ ଆୟୋଜିତ ଏକ ସଂଗୀତ କାର୍ଯ୍ୟକ୍ରମରେ ଲୋକପ୍ରିୟ ୟୁକ୍ରେନ ଗାୟିକା ଉମା ଶାନ୍ତିଙ୍କ ଏକ କାର୍ଯ୍ୟ ଜନତାଙ୍କ ଭିତରେ ତୀବ୍ର ଅସନ୍ତୋଷ ଭରି ଦେଇଥିଲା। ସେ ଭାରତର ଜାତୀୟ ପତାକାକୁ ହାତରେ ଧରି ହଲାଇବା ସହ ଲୋକଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ୍‌ ହେବାପରେ ତ୍ରିରଙ୍ଗାକୁ ଅସମ୍ମାନିତ କରିବା ଅଭିଯୋଗରେ କୋରେଗାଓଁ ପାର୍କ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆଇନଜୀବୀ ଆଶୁତୋଷ […]

Samaya Live Picture
Published On

ପୁଣେ: ସ୍ବାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ପୁଣେରେ ଆୟୋଜିତ ଏକ ସଂଗୀତ କାର୍ଯ୍ୟକ୍ରମରେ ଲୋକପ୍ରିୟ ୟୁକ୍ରେନ ଗାୟିକା ଉମା ଶାନ୍ତିଙ୍କ ଏକ କାର୍ଯ୍ୟ ଜନତାଙ୍କ ଭିତରେ ତୀବ୍ର ଅସନ୍ତୋଷ ଭରି ଦେଇଥିଲା। ସେ ଭାରତର ଜାତୀୟ ପତାକାକୁ ହାତରେ ଧରି ହଲାଇବା ସହ ଲୋକଙ୍କ ଉପରକୁ ଫିଙ୍ଗି ଦେଇଥିଲେ। ଏ ସମ୍ପର୍କିତ ଭିଡ଼ିଓ ଭାଇରାଲ୍‌ ହେବାପରେ ତ୍ରିରଙ୍ଗାକୁ ଅସମ୍ମାନିତ କରିବା ଅଭିଯୋଗରେ କୋରେଗାଓଁ ପାର୍କ ଥାନାରେ ତାଙ୍କ ନାମରେ ଏକ ମାମଲା ରୁଜୁ ହୋଇଛି। ଆଇନଜୀବୀ ଆଶୁତୋଷ ଭୋସଲେଙ୍କ ମାଧ୍ୟମରେ ଏହି ମାମଲା ରୁଜୁ ହୋଇଛି। ବରିଷ୍ଠ ପୁଲିସ ଇନ୍ସପେକ୍ଟର ବିଷ୍ଣୁ ତମହାନେ ସ୍ପଷ୍ଟ କରିଛନ୍ତି ଯେ, ଉମା ଶାନ୍ତି ଓ କାର୍ଯ୍ୟକ୍ରମର ଆୟୋଜକ କାର୍ତ୍ତିକ ମୋରେଁଙ୍କ ନାମରେ ମାମଲା ରୁଜୁ ହୋଇଛି।

Tags: