ପୁଣି ହିଂସାତ୍ମକ ହେଲା ଚାଷୀ ଆନ୍ଦୋଳନ, ପୁଲିସ କାର୍ଯ୍ୟାନୁଷ୍ଠାନରେ ଜଣେ ମୃତ, ୨୫ ଆହତ
ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ଆଜି ହିଂସାତ୍ମକ ମୋଡ଼ ନେଇଛି। ପଂଜାବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀରେ ଆଜି ଭୟଙ୍କର ହିଂସା ଉପୁଜିଛି। ହଜାର ହଜାର ଚାଷୀ ଟ୍ରାକ୍ଟର ଓ ବୁଲ୍ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ଏବଂ […]
ନୂଆଦିଲ୍ଲୀ: ଫସଲର ସର୍ବନିମ୍ନ ସହାୟକ ମୂଲ୍ୟ (ଏମ୍ଏସ୍ପି) ଗ୍ୟାରେଣ୍ଟି ଆଇନ ଦାବିରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ ଆରମ୍ଭ ହୋଇଥିବା ‘ଦିଲ୍ଲୀ ଚଲୋ’ ଅଭିଯାନ ଆଜି ହିଂସାତ୍ମକ ମୋଡ଼ ନେଇଛି। ପଂଜାବ-ହରିୟାଣା ସୀମାର ଶମ୍ଭୁ ଓ ଖନୌରୀରେ ଆଜି ଭୟଙ୍କର ହିଂସା ଉପୁଜିଛି। ହଜାର ହଜାର ଚାଷୀ ଟ୍ରାକ୍ଟର ଓ ବୁଲ୍ଡୋଜର ବ୍ୟବହାର କରି ବ୍ୟାରିକେଡ ହଟାଇବାକୁ ପ୍ରୟାସ କରିବାରୁ ପୁଲିସ ସହ ମୁହାଁମୁହିଁ ହୋଇଛନ୍ତି। ପୁଲିସ ପ୍ରଥମେ ଆନ୍ଦୋଳନକାରୀଙ୍କୁ ଘଉଡ଼ାଇବାକୁ ଲୁହବୁହା ଗ୍ୟାସ ପ୍ରୟୋଗ କରିଥିଲା ଏବଂ ସ୍ଥିତି ନିୟନ୍ତ୍ରଣ ବାହାରକୁ ଚାଲିଯିବାରୁ ରବର ବୁଲେଟ୍ ମାଡ଼ କରିଥିଲା। ପୁଲିସ କାର୍ଯ୍ୟାନୁଷ୍ଠାନରେ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ମୋଟ ୨୫ ଜଣ ଆାହତ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ଜଣେ ଆନ୍ଦୋଳନକାରୀଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଶମ୍ଭୁ ଓ ଖନୌରି ସୀମାରେ ପ୍ରବଳ ଉତ୍ତେଜନା ଦେଖିବାକୁ ମିଳିଛି । ଇତି ମଧ୍ୟରେ ହରିୟାଣା ପୁଲିସ ଦାବି କରିଛି ଯେ ଆନ୍ଦୋଳନରତ ଚାଷୀମାନେ ଦତ୍ତସିଂହ-ଖନୌରୀ ସୀମାରେ ସୁରକ୍ଷାକର୍ମୀଙ୍କୁ ଘେରି ଯାଇଥିଲେ ଏବଂ ନଡ଼ାପାଳରେ ଲଙ୍କା ଗୁଣ୍ଡ ଦେଇ ପୋଡ଼ିଥିଲେ। ଫଳରେ ଲଙ୍କା ଧୂଆଁରେ ୧୨ରୁ ଅଧିକ ପୁଲିସ ଅଧିକାରୀ ଆହତ ହୋଇଛନ୍ତି। ଅନ୍ୟ ପକ୍ଷରେ କେନ୍ଦ୍ର ସରକାର ଆଜି ପୁଣିଥରେ କଥାବାର୍ତ୍ତା ପାଇଁ ଚାଷୀ ସଂଗଠନଗୁଡ଼ିକୁ ନିବେଦନ କରିଛନ୍ତି। ଏମ୍ଏସ୍ପି ଆଇନ ନେଇ ପଞ୍ଚମ ପର୍ଯ୍ୟାୟ ଆଲୋଚନା ପ୍ରସ୍ତାବ ଉପରେ ଚାଷୀ ସଂଗଠନଗୁଡ଼ିକ ପକ୍ଷରୁ କୌଣସି ସକାରାତ୍ମକ ପ୍ରତିକ୍ରିୟା ମିଳିନାହିଁ। ମିଳିଥିବା ସୂଚନାନୁଯାୟୀ ସରକାର ଏମ୍ଏସ୍ପି ଗ୍ୟାରେଣ୍ଟି ଆଇନକୁ ବାଦ ଦେଇ ଅନ୍ୟ ସମସ୍ତ ପ୍ରମୁଖ ଦାବି ପୂରଣ କରିବାକୁ ପ୍ରସ୍ତୁତ ଥିବା ନେଇ ସଙ୍କେତ ଦେଇଥିଲେ ସୁଦ୍ଧା ଚାଷୀମାନେ ଏହାକୁ ଗ୍ରହଣ କରିନାହାନ୍ତି।




