ପୁଣି ହସ୍ପିଟାଲରେ ଭର୍ତ୍ତି ହେଲେ ଆଡଭାନୀ
ନୂଆଦିଲ୍ଳୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ(୯୬) ପୁଣିଥରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଗତକାଲି ରାତି ୯ଟାରେ ମଥୁରା ରୋଡ୍ରେ ଥିବା ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ବାବଧାନରେ ଆଡ଼ଭାନୀଙ୍କ ଚିକିତ୍ସା କରାଯାଉଛି। ଆପୋଲୋ ହସ୍ପିଟାଲ୍ରୁ ଜାରି ସୂଚନା ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପ୍ରତି ସ୍ଥିର ରହିଛି। ଏହା ପୂର୍ବରୁ ମଧ୍ୟ ଗତ ୨୬ ତାରିଖ ଦିନ ଆଡ଼ଭାନୀଙ୍କୁ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦିଲ୍ଲୀ ଏମ୍ସରେ […]
ନୂଆଦିଲ୍ଳୀ: ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ଉପପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡ଼ଭାନୀ(୯୬) ପୁଣିଥରେ ଅସୁସ୍ଥ ହୋଇ ପଡ଼ିଛନ୍ତି। ତାଙ୍କୁ ଗତକାଲି ରାତି ୯ଟାରେ ମଥୁରା ରୋଡ୍ରେ ଥିବା ଆପୋଲୋ ହସ୍ପିଟାଲ୍ରେ ଭର୍ତ୍ତି କରାଯାଇଛି। ଡାକ୍ତର ବିନୀତ ସୁରୀଙ୍କ ତତ୍ତ୍ବାବଧାନରେ ଆଡ଼ଭାନୀଙ୍କ ଚିକିତ୍ସା କରାଯାଉଛି। ଆପୋଲୋ ହସ୍ପିଟାଲ୍ରୁ ଜାରି ସୂଚନା ଅନୁଯାୟୀ ତାଙ୍କର ସ୍ବାସ୍ଥ୍ୟାବସ୍ଥା ସଂପ୍ରତି ସ୍ଥିର ରହିଛି। ଏହା ପୂର୍ବରୁ ମଧ୍ୟ ଗତ ୨୬ ତାରିଖ ଦିନ ଆଡ଼ଭାନୀଙ୍କୁ ବାର୍ଦ୍ଧକ୍ୟଜନିତ ସ୍ବାସ୍ଥ୍ୟ ସମସ୍ୟା ପାଇଁ ଦିଲ୍ଲୀ ଏମ୍ସରେ ଭର୍ତ୍ତି କରାଯାଇଥିଲା ଏବଂ ସ୍ବାସ୍ଥ୍ୟରେ ସୁଧାର ପରେ ସେ ୨୭ ତାରିଖରେ ଘରକୁ ଫେରିଥିଲେ।




