ପୁଣି ମେଣ୍ଟ ବଦଳାଇବେ ନୀତୀଶ

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ପୁଣିଥରେ ତାଙ୍କ ରାଜନୈତିକ ଯାତ୍ରା ପରିବର୍ତ୍ତନ କରିପାରନ୍ତି। ଏନେଇ ବିହାର ରାଜନୀତି ସରଗରମ ହୋଇଉଠିଛି। ନୀତୀଶ ମହାମେଣ୍ଟ ଛାଡ଼ି ପୁଣି ଥରେ ବିଜେପି ସହ ମେଣ୍ଟ କରିବେ ବୋଲି ଜଣାପଡ଼ିଛି। ନୀତୀଶ ଆଜି ଜେଡିୟୁ ବିଧାୟକ ବୈଠକ ଡାକି ପରବର୍ତ୍ତୀ ରଣନୀତି ସ୍ଥିର କରିଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଦଳୀୟ […]

Samaya Live Picture
Published On

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପୁଣିଥରେ ବିହାର ମହାମେଣ୍ଟ ଛାଡ଼ିବା ନେଇ ସଙ୍କେତ ଦେଇଛନ୍ତି। ୨୦୨୪ ଲୋକସଭା ନିର୍ବାଚନ ପୂର୍ବରୁ ନୀତୀଶ ପୁଣିଥରେ ତାଙ୍କ ରାଜନୈତିକ ଯାତ୍ରା ପରିବର୍ତ୍ତନ କରିପାରନ୍ତି। ଏନେଇ ବିହାର ରାଜନୀତି ସରଗରମ ହୋଇଉଠିଛି। ନୀତୀଶ ମହାମେଣ୍ଟ ଛାଡ଼ି ପୁଣି ଥରେ ବିଜେପି ସହ ମେଣ୍ଟ କରିବେ ବୋଲି ଜଣାପଡ଼ିଛି। ନୀତୀଶ ଆଜି ଜେଡିୟୁ ବିଧାୟକ ବୈଠକ ଡାକି ପରବର୍ତ୍ତୀ ରଣନୀତି ସ୍ଥିର କରିଛନ୍ତି। ଆରଜେଡି ନେତା ତେଜସ୍ବୀ ଯାଦବ ମଧ୍ୟ ଦଳୀୟ ବିଧାୟକଙ୍କ ସହ ବୈଠକ କରିଛନ୍ତି। ଆରଜେଡି ସୁପ୍ରିମୋେ ଲାଲୁ ପ୍ରସାଦ ଯାଦବ ବିହାର ବିଧାନସଭା ବାଚସ୍ପତି ଅୱଧ ବିହାରୀ ଚୌଧରୀଙ୍କ ସହ କଥା ହୋଇଛନ୍ତି। ବିହାର ପରିସ୍ଥିତି ନେଇ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦଳୀୟ ନେତୃବୃନ୍ଦଙ୍କ ସହ ଆଲୋଚନା କରିଛନ୍ତି। ନୀତୀଶଙ୍କ ବିରୋଧରେ ରାଜ୍ୟ ବିଜେପି ନେତାମାନେ କୌଣସି ବୟାନ ନଦେବାକୁ ତାଗିଦ କରାଯାଇଛି। ମିଳିଥିବା ସୂଚନାନୁଯାୟୀ, ନୀତୀଶ ପ୍ରଥମେ ଇସ୍ତଫା ଦେବେ ଏବଂ ଏହା ପରେ ବିଜେପି ସମର୍ଥନରେ ପୁଣି ନୂଆ ମନ୍ତ୍ରିମଣ୍ଡଳ ଗଠନ କରିବେ । ନୂଆ ମନ୍ତ୍ରିମଣ୍ଡଳ ଗଠନ ପରେ ବର୍ତ୍ତମାନର ବିଧାନସଭା ଭଙ୍ଗ ପାଇଁ ନୀତୀଶ ସୁପାରିସ କରିବେ ବୋଲି କୁହାଯାଉଛି । ନୀତୀଶଙ୍କର ମେଣ୍ଟ ପରିବର୍ତ୍ତନ ଦ୍ବାରା ଇଣ୍ଡିଆ ମେଣ୍ଟର ଭବିଷ୍ୟତ ଅନିଶ୍ଚିତତା ମଧ୍ୟକୁ ଠେଲି ହୋଇଯିବ। ପଶ୍ଚିମବଙ୍ଗ ଏବଂ ପଂଜାବ ପରେ ଇଣ୍ଡିଆ ମେଣ୍ଟକୁ ବିହାରରେ ମଧ୍ୟ ଶକ୍ତ ଝଟକା ଲାଗିଛି। ଇତି ମଧ୍ୟରେ ଏଲ୍ଜେପି (ଲୋକ ଜନଶକ୍ତି ପାର୍ଟି) ମୁଖ୍ୟ ଚିରାଗ ପାଶ୍ବାନ ବିଜେପି ନେତୃବୃନ୍ଦଙ୍କ ସହ ଯୋଗାଯୋଗରେ ଥିବା ଜଣାପଡ଼ିଛି।

Tags: