ପୁଣି ଫେରିଲା କରୋନା, ଦେଶରେ ଗୋଟିଏ ଦିନରେ କରୋନାରେ ୫ ଜଣଙ୍କ ମୃତ୍ୟୁ , ମାସ୍କ ବାଧ୍ୟତାମୂଳକ

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିଲାଣି। ଦୀର୍ଘ ଦିନ ପରେ ଦେଶରେ କେରାନା ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ରବିବାର ଦିନ ଦେଶରେ ୩୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୧୭୦୦ ଟପିଯାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୫୦ କୋଟି ଏବଂ ମୃତ୍ୟୁସଂଖ୍ୟା […]

Samaya Live Picture
Published On

ନୂଆଦିଲ୍ଲୀ : ଦେଶରେ ପୁଣିଥରେ କରୋନା ସଂକ୍ରମଣ ବଢ଼ିଲାଣି। ଦୀର୍ଘ ଦିନ ପରେ ଦେଶରେ କେରାନା ମୃତ୍ୟୁ ହୋଇଥିବା ରେକର୍ଡ କରାଯାଇଛି। ରବିବାର ଦିନ ଦେଶରେ ୩୩୫ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି ଏବଂ ୫ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। କେରଳରେ ୪ ଜଣଙ୍କର କରୋନାରେ ମୃତ୍ୟୁ ହୋଇଥିବାବେଳେ ଉତ୍ତରପ୍ରଦେଶରେ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି। ଦେଶରେ ସକ୍ରିୟ ମାମଲା ୧୭୦୦ ଟପିଯାଇଛି। ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୪.୫୦ କୋଟି ଏବଂ ମୃତ୍ୟୁସଂଖ୍ୟା ୫.୩୩ ଲକ୍ଷ ପହଞ୍ଚିଲାଣି। ପଡ଼ୋଶୀ କେରଳରେ କରୋନାର ଉପପ୍ରଜାତି ଜେଏନ୍୧ ଚିହ୍ନଟ ହେବାରୁ କର୍ଣ୍ଣାଟକ ସରକାର କର୍ଣ୍ଣାଟକରେ ମାସ୍କ ବାଧ୍ୟତାମୂଳକ କରିଛନ୍ତି। ୬୦ ବର୍ଷରୁ ଊର୍ଦ୍ଧ୍ବ ଲୋକ ଏବଂ ଅନ୍ୟାନ୍ୟ ସ୍ବାସ୍ଥ୍ୟ ସମସ୍ୟା ଥିବା ଲୋକ ଓ କରୋନାର ଲକ୍ଷଣ ଥିଲେ ବାଧ୍ୟତାମୂଳକ ମାସ୍କ ପିନ୍ଧିବାପାଇଁ କର୍ଣ୍ଣାଟକ ସରକାର କହିଛନ୍ତି। ଦେଶରେ ସଂକ୍ରମଣ ବଢ଼ିବାରୁ କେନ୍ଦ୍ର ସରକାର ରାଜ୍ୟମାନଙ୍କୁ ଇନଫ୍ଲୁଏଞ୍ଜା ଭଳି ମାମଲା ଏବଂ କରୋନା ମାମଲା ରେକର୍ଡ କରିବାପାଇଁ ରାଜ୍ୟମାନଙ୍କୁ କହିଛନ୍ତି। କେନ୍ଦ୍ର ସରକାର ଏନେଇ ଏକ ନିର୍ଦ୍ଦେଶାବଳି ଜାରି କରିଛନ୍ତି। କେନ୍ଦ୍ର ସରକାର ମଧ୍ୟ ସାମ୍ପ୍ରଦାୟିକ ସଚେତନତା ବୃଦ୍ଧି କରିବାପାଇଁ ରାଜ୍ୟମାନଙ୍କୁ ଅନୁରୋଧ କରିଛନ୍ତି।

Tags: